ବାଘମାରୀ ଆରଆଇଙ୍କୁ ପଥର ମାଫିଆଙ୍କ ଧମକ

ବେଗୁନିଆ: ଗୁରୁବାର ସନ୍ଧ୍ୟା ସମୟରେ ଏକ ପଥର ବୋଝେଇ ଟ୍ରକକୁ ବାଘମାରୀ ଆରଆଇ ଧରିବାକୁ ଯାଇଥିବା ବେଳେ ପଥର ମାଫିଆ ତାଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ବାଘମାରୀ ରାଜସ୍ବ ନୀରିକ୍ଷକ ମନୋଜ କୁମାର ଦାସ ଗତକାଲି ସନ୍ଧ୍ୟା ସମୟରେ ବାଘମାରୀ ଦେଇ ଦ୍ରୁତ ଗତିରେ ଯାଉଥିବା ଏକ ପଥର ବୋଝେଇ ଟ୍ରକକୁ ଧରିବା ପାଇଁ ତାର ପିଛା କରିଥିଲେ । ଗଂପୁର ଛକଠାରେ ଟ୍ରକ ଚାଳକ ଗାଡିର ବେଗ କମାଇବା ସମୟରେ ଆରଆଇ ଶ୍ରୀ ଦାସ ଗାଡ଼ି ଆଗକୁ ଯାଇ ନିଜର ପରିଚୟ ଦେଇ ଗାଡି ଅଟକାଇବାକୁ କହିଥିଲେ । କିନ୍ତୁ ଚାଳକ ଜାଣି ମଧ୍ୟ ତାଙ୍କ ବାଇକକୁ ଟ୍ରକରେ ଧକ୍କା ଦେଇ ତାଙ୍କୁ ଗାଳିଗୁଲଜ କରିଥିଲା । ଟ୍ରକ ପଛରେ ବାଇକରେ ଯାଉଥିବା ବ୍ୟକ୍ତି ଏବଂ ଟ୍ରକ ଚାଳକ ଆରଆଇଙ୍କୁ ଗାଳି ଗୁଲଜ କରି ଜୀବନରୁ ମାରି ଦେବା ପାଇଁ ଧମକ ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ଏ ସଂକ୍ରାନ୍ତରେ ଗୁରୁବାର ରାତିରେ ବାଘମାରୀ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ୮୦/୨୨ ନଂ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Comments are closed.