ମୋଦୀ ଏବଂ ମନୋଜ ତିୱାରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଶୁକ୍ରବାର ଦିନ ୧୨ଟା ୫୨ ମିନିଟରେ ମନୋଜ ତିୱାରୀଙ୍କ ମୋବାଇଲ ଫୋନକୁ ମେସେଜ (ଏସଏମଏସ) ମାଧ୍ୟମରେ ଏହି ଧମକ ଆସିଛି ।
ଦିଲ୍ଲୀ ବିଜେପି ମୁଖପାତ୍ର ନୀଲକାନ୍ତ ବକ୍ସି କହିଛନ୍ତି ଯେ କେହି ଭ୍ରାନ୍ତ ଯୁବକ ଏପରି କାମ କରିଥିବା ସନ୍ଦେହ କରାଯାଉଛି। ଏନେଇ ମୌଖିକ ଭାବେ ଦିଲ୍ଲୀ ପୁଲିସକୁ ଜଣାଯାଇଛି ଓ ଖୁବଶୀଘ୍ର ଲିଖିତ ଅଭିଯୋଗ କରାଯିବ। ପୂର୍ବରୁ ଏଭଳି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେରଳ ଯାତ୍ରା ପୂର୍ବରୁ ଅନୁରୂପ ହତ୍ୟା ଧମକ ମାମଲା ପଦାକୁ ଆସିଥିଲା। ତେବେ ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣ ପରଠାରୁ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବାହିନୀଗୁଡ଼ିକ ଅଧିକ ସତର୍କ ଅଛନ୍ତି। ଆଇଏସ୍‍ଆଇଏସ୍‍ ଲିଙ୍କ୍‍ ମାମଲାରେ କେରଳରୁ ନିକଟରେ ଗିରଫ ଅଭିଯୁକ୍ତମାନେ ଭାରତରେ ଆତଙ୍କବାଦୀ ଆକ୍ରମଣକୁ ରୂପ ଦେବା ପାଇଁ ଯୋଜନା ଚାଲିଥିବା କଥଶ ପ୍ରକାଶ କରିଥିଲା। ଏହାପରଠାରୁ ଏଭଳି ଧମକକୁ ଗରୁତର ସହ ନିଆଯାଉଛି।

Comments are closed.