ସୁରକ୍ଷା ମଞ୍ଚ ଆଳରେ ବାପପୁଅଙ୍କୁ ନିର୍ଯାତନା ପ୍ରସଙ୍ଗ – ଦୁଇଟି ସମାନ୍ତରାଳ ସଂଗଠନକୁ ନେଇ ଦ୍ଵନ୍ଦ

ବେଗୁନିଆ: ଓଡିଶାରୁ ଆରମ୍ଭ କରି ଭାରତବର୍ଷରେ କାର୍ଯ୍ୟ କରୁଛି ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ନ୍ୟାୟ ମଞ୍ଚ। ଏହି ସଂଗଠନକୁ ସ୍ଥାନୀୟ ଅଞ୍ଚଳରେ ମାନବବାଦ ସଂଗଠନ ବୋଲି କୁହାଯାଉଛି। ଡିଙ୍ଗର ଅଭିମାନପୁର ଗ୍ରାମର ସ୍ବପ୍ନେସ୍ୱର ନାୟକ ଏହାର ନେତୃତ୍ୱ ନେଉଥିବାବେଳେ ସେ ପିପିଲି ଉପନିର୍ବାଚନରେ ଡଙ୍ଗା ଚିହ୍ନରେ ପ୍ରାର୍ଥୀ ହୋଇଛନ୍ତି। କଡବ ଗ୍ରାମର ମାଗୁଣି ନାୟକ ଏବଂ ତାଙ୍କ ପୁଅ ଆନନ୍ଦ ନାୟକ ସାମାଜିକ ସୁରକ୍ଷା ନ୍ୟାୟ ମଞ୍ଚର ସଭ୍ୟ ଥିଲେ। ଗତ ଅଗଷ୍ଟ ୨ ତାରିଖରେ ସଂଗଠନର ସଭ୍ୟମାନେ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ମାରି କରଡ଼ଗାଡ଼ିଆରେ ପୋଡି ଦେଇଥିଲେ। ମୃତ ସତ୍ୟବ୍ରତ ମାଗୁଣି ଏବଂ ତାଙ୍କ ପୁଅଙ୍କୁ ଏହି ସଙ୍ଗଠନରେ ମିଶାଇଥିଲା।

ଇତି ମଧ୍ୟରେ ୧୯୮୨ ମସିହାରେ ସମାନ୍ତରାଳ ଭାବେ ଅନ୍ୟ ଏକ ଆଦିବାସୀ ସଂଗଠନ ଶ୍ରୀ ଶ୍ରୀ ନୀଳମାଧଵ ଆଦିବାସୀ ସଂଘ ପଞ୍ଜିକୃତ ହୋଇ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛି। ଅଭିମାନପୁର ଗ୍ରାମର ଶିକ୍ଷକ ବେଲେଶ୍ୱର ପରିଡା ଏହି ସଂଘର ସମସ୍ତ କାର୍ଯ୍ୟ ବୁଝୁଥିବା ବେଳେ ବାମନ ନାୟକଙ୍କୁ ସେ ସଭାପତି ଅଛନ୍ତି। ସେ ମଧ୍ୟ ବର୍ତମାନ ଶଯ୍ୟାଶାୟୀ। ଚନ୍ଦକା କଣ୍ଟାବାଡ଼ ଗ୍ରାମର ଲଷ୍ମୀଧର ବେହେରା ଏହି ସଂଘର କାର୍ଯ୍ୟକାରୀ ସଭାପତି ଅଛନ୍ତି। ବେଲେଶ୍ୱର ଚାକିରୀ କରିଥିବା ଯୋଗୁଁ ସେ ପ୍ରତ୍ୟେକ୍ଷ ଭାବରେ ସମ୍ପୃକ୍ତ ନରହି ପରୋକ୍ଷରେ ସଂଗଠନ କାର୍ଯ୍ୟ ବୁଝାସୁଝା କରୁଛନ୍ତି। ମୃତ ସତ୍ୟବ୍ରତ ବେଲେଶ୍ୱରଙ୍କର ନିଜ ଭିଣୋଇ ଅଟନ୍ତି ।କଡବ ଗ୍ରାମର ମାଗୁଣି ଏବଂ ତାଙ୍କ ପୁଅ ଆନନ୍ଦ ଏବଂ ମୃତ ସତ୍ୟବ୍ରତ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ଛାଡି ଶ୍ରୀ ଶ୍ରୀ ନୀଳମାଧଵ ଆଦିବାସୀ ସଂଘରେ କାର୍ଯ୍ୟ କରିଥିଲେ ।ସ୍ବପ୍ନେଶ୍ୱରଙ୍କ ସଂଗଠନ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ।

ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବାରୁ ସଙ୍ଗଠନକୁ କିପରି ସୁଦୃଢ କରାଯିବ ସେଥିପାଇଁ ସେ ମୃତ ସତ୍ୟବ୍ରତଙ୍କ ସହିତ ମାଗୁଣି ଏବଂ ଆନନ୍ଦଙ୍କୁ ପ୍ରବର୍ତ।ଇଥିଲେ। ଗତ ଅଗଷ୍ଟ ୧ ତାରିଖରେ ଅଭିମାନପୁରରେ ହୋଇଥିବା ସଭାରେ ସାମାଜିକ ସୁରକ୍ଷା ମଞ୍ଚ ଏବଂ ନୀଳମାଧଵ ଆଦିବାସୀ ସଂଘ ମଧ୍ୟରେ ମିଳାମିଶା କରିବା ପାଇଁ ସ୍ବପ୍ନେସ୍ୱର ନିଜେ ଏହି ସଭାର ଆୟୋଜନ କରିଥିଲେ। କିନ୍ତୁ ବେଲେଶ୍ୱର ଏହି ସଭାକୁ ଆସିନଥିଲେ। ତେଣୁ ତାଙ୍କ ଭିଣୋଇ ମୃତ ସତ୍ୟବ୍ରତଙ୍କୁ ଡାକି ତୁମ ସଳ।ଙ୍କୁ ଡାକି କାହିଁକି ଆମ ସଙ୍ଗଠନରେ ମିସାଇଲ ନାହିଁ କହି ତାଙ୍କୁ ମାରଧର କରିଥିଲେ। ତାପରେ ସନ୍ଧ୍ୟାରେ ତାଙ୍କୁ କରଡ଼ଗାଡ଼ିଆ ଡାକି ନେଇ ସମସ୍ତେ ମିଳିମିଶି ମଦ ପିଇ ଭୋଜି ଭାତ କରିଥିଲେ। ମଦ ନିଶାରେ ସତ୍ୟବ୍ରତଙ୍କୁ ମାଡ଼ ମାରିଥିଲେ। ମାଡ଼ ମାରି ଶେଷରେ ତାଙ୍କୁ ମାରିଦେଇଥିଲେ। ସକାଳୁ ତାର ପୁତୁରା ବସନ୍ତ ନାୟକଙ୍କୁ ଡାକି ଶବ ସତ୍କାର କରି ହୃଦ ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ସତ୍ୟବ୍ରତ ମୃତ୍ୟୁ ଘଟଣାର ୧୦ ଦିନ ପୂର୍ବରୁ ଆନନ୍ଦ ଏବଂ ମାଗୁଣି ନାୟକଙ୍କୁ କରଡ଼ଗାଡ଼ିଆ କୋଠ ଘରକୁ ଡାକି ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ପୁନର୍ବାର ସଙ୍ଗଠନରେ ଯୋଗ ଦେବାକୁ କହିଥିଲେ।

ଏହି ଘଟଣାକୁ ନେଇ ବାପ ପୁଅ ଥାନା ସହିତ ଅନ୍ୟ କେଉଁଠାରେ ଅଭିଯୋଗ କରିନଥିଲେ। ସେମାନଙ୍କ ନାମରେ ଥାନାରେ ପୂର୍ବରୁ କେଶ ଥିବା ଯୋଗୁ ପୋଲିସରେ ଜଣାଇଲେ ଅସୁବିଧାରେ ପଡ଼ିବ ବୋଲି ସେମାନଙ୍କୁ ଧମକ ଦିଆଯାଇଥିଲା। ପୁରୁଣା କେଶ ଖୋଳତାଡ଼ ହେବା ଭୟରେ ସେମାନେ ଡରି ଥାନାକୁ ଅସୁନଥିଲେ। ଏ ସଂକ୍ରାନ୍ତରେ ଭିଡିଓ ଭାଇରାଲ ହେବା ପରେ ଏସ ପି ରାଜକିଶୋର ଦୋରାଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ କଡବସ୍ଥିତ ମାଗୁଣୀଙ୍କ ଘରେ ପଂହଁଚି ଘଟଣା ସଂକ୍ରାନ୍ତରେ ପୁଙ୍ଖ।ନୁପୁଙ୍ଖ ଆଲୋଚନା କରି ରିପୋର୍ଟ ଦେବା ପାଇଁ କହି ଆସିଥିଲେ।

ଗତକାଲି ସନ୍ଧ୍ୟାରେ ମାଗୁଣି ନାୟକ ଥାନାରେ ରିପୋର୍ଟ କରିବା ପରେ ଥାନାରେ ୧୬୬/୨୧ ନଂ କେଶ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଏସ ପି ରାଜକିଶୋର ଦୋରା ଏବଂ ଏସ ଡି ପି ଓ ସୁଶୀଲ ମିଶ୍ର ମାଗୁଣୀଙ୍କ ଘରେ ପଂହଁଚି ଘଟଣାର ପ୍ରାଥମିକ ତଦନ୍ତ କରି ଫେରିଛନ୍ତି।

ବେଗୁନିଆ -ବେଗୁନିଆ ପୋଲିସ ମାଗୁଣି ନାୟକଙ୍କୁ ସୁରକ୍ଷା ଯୋଗାଇ ଦେବା ପରେ ସେ ଗତକାଲି ୭ ଜଣଙ୍କ ନାମରେ ଏତଲା କରିଥିବା ବେଳେ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନାମରେ ଅଭିଯୋଗ କରିନଥିବାର ଜଣାପଡିଛି। ବେଗୁନିଆ ପୋଲିସ ସତ୍ୟବ୍ରତଙ୍କ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବାର ଜଣାପଡିଛି।

Comments are closed.