କରୋନା କଟକଣା: ବୋଲଗଡ଼ ସପ୍ତଦଶ ମହୋତ୍ସବ ସ୍ଥଗିତ, ଭୂମି ପୂଜାରେ ହେବ ସୀମିତ

ବୋଲଗଡ଼: ବୋଲଗଡ ବ୍ଲକ ସଦର ମହକୁମାସ୍ଥିତ ବାମନ ଉଚ୍ଚବିଦ୍ୟାଳୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଚଳିତ ସପ୍ତଦଶ ବୋଲଗଡ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ କେବଳ ଭୂମି ପୂଜାରେ ମହୋତ୍ସବ ସୀମିତ ରହିବ ବୋଲି ସୂଚନା ଦିଆଯାଇଛି।

ରାଜ୍ୟ ତଥା ଦେଶରେ ମହାମାରୀ କରୋନା କାୟା ବିସ୍ତାର ଜାରୀ ରଖିଥିବାବେଳେ ସରକାରଙ୍କ ପକ୍ଷରୁ ମଠ ମନ୍ଦିର, ଦେବ ଦର୍ଶନ ସମେତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଉଛି। ଏହି ପରୀପ୍ରେକ୍ଷୀରେ ଦିର୍ଘ ୧୭ବର୍ଷ ଧରି ଚାଲି ଆସିଥିବା ‘ବୋଲଗଡ ମହୋତ୍ସବ’କୁ ଚଳିତ ବର୍ଷ ସ୍ଥଗିତ ରଖାଯିବା ନିମନ୍ତେ ମହୋତ୍ସବ କମିଟି ତଥା ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଶନିବାର ସନ୍ଧ୍ୟାରେ ଆୟୋଜିତ ବୈଠକରେ କରୋନାକୁ ଦୃଷ୍ଟିରେ ରଖି ହେବାକୁ ଥିବା ସପ୍ତଦଶ ମହୋତ୍ସବ ସ୍ଥଗିତ ରଖାଯିବାକୁ ମହୋତ୍ସବର ସାଧାରଣ ସମ୍ପାଦକ ବୀର ଦାସ ସୂଚନା ଦେଇଛନ୍ତି। ସେହିପରି ଚଳିତବର୍ଷ ମହୋତ୍ସବ ସମ୍ପର୍କରେ ପୂର୍ବବର୍ଷ ମାନଙ୍କପରି କୈାଣସି କବିତା, ଗଳ୍ପ ଇତ୍ୟାଦି କୈାଣସି ଲେଖକ ଲେଖିକା ମାନଙ୍କ ଠାରୁ ଗ୍ରହଣ କରାଯିବନାହିଁ ବୋଲି ସ୍ମରଣିକା ସମ୍ପାଦକ ପାର୍ବତିକାନ୍ତ ଚମ୍ପତ୍ତିରାୟ ସୂଚନା ଦେଇଛନ୍ତି। ମାତ୍ର ଭୂମି ପୂଜା ଓ ସ୍ଥାନୀୟ ଆରାଧ୍ୟ ଦେବୀ ରାମଚଣ୍ଡୀ ଠାକୁରାଣୀଙ୍କ ଠାରୁ ମଶାଲଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ କାର୍ଯ୍ୟକାରୀ ସଭାପତି କୃଷ୍ଣମୋହନ ପାଲଟାସିଂହ, ମୁଖ୍ୟ ଉପଦେଷ୍ଠା ରବୀନ୍ଦ୍ର କୁମାର ପରିଡା, ପ୍ୟାରୀମୋହନ ଦାସ, ଜୟକୃଷ୍ଣ ଦଳବେହେରା, ମନୋଜ କୁମାର ପଣ୍ଡା, ନାରାୟଣ ମାର୍ଥା, ପ୍ରଫୁଲ ମହାନ୍ତି, ଗଦାଧର ଚମ୍ପତ୍ତି, ସନାତନ ପାଟ୍ଟାଶାଣୀ ଓ ଲଲାଟେନ୍ଦୁକେଶରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.