ଦିଲ୍ଲୀ ଗଲେ ପାଟଣାରୁ ୩୦ ଚାଷୀ

ପାଟଣା : କୃଷି ଆଇନ ପ୍ରତ୍ୟାହାର ଦାବିରେ ନୂଆଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ୫୧ ତମ ଦିବସରେ ପହଞ୍ଚିଛି। କୃଷକ ଆନ୍ଦୋଳନରେ ଯୋଗ ଦେବା ପାଇଁ ଆଜି ପାଟଣା ବ୍ଲକ ଅଞ୍ଚଳରୁ ୩୦ଜଣ ଚାଷୀ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପାଟଣା ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ର ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର , ଉପଦେଷ୍ଟା ଗୈାତମ ମହାନ୍ତ , ସହ ସଂଯୋଜକ ଖଗେଶ୍ବର ମହାନ୍ତ, ସଚ୍ଚିଦାନନ୍ଦ ମହାନ୍ତ ଓ ବ୍ରଜକିଶୋର ମହାନ୍ତ ପ୍ରମୁଖ ୩୦ ଜଣ ଚାଷୀ ଏକ ସ୍ବତନ୍ତ୍ର ବସ ଯୋଗେ ପାଟଣା ରୁ ଭୁବନେଶ୍ୱର ଅଭିମୁଖେ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ସେଠାରୁ ସେମାନେ ଦିଲ୍ଲୀ ଯାଇ କୃଷକ ଆନ୍ଦୋଳନରେ ଯୋଗ ଦେବେ ।

Comments are closed.