ମଣିଷକୁ ପାଣି ମାଗିଲା ଶୋଷ ଆତୁର ଗୁଣ୍ଡୁଚି; ଭିଡ଼ିଓ ଭାଇରାଲ
ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କ ଟ୍ବିଟର ଭିଡ଼ିଓକୁ ଦେଖିଲେଣି ୩୦ ଲକ୍ଷ ଲୋକ

ସମାଜିକ ଗଣମାଧ୍ୟମରେ ଏକ ଗୁଣ୍ଡୁଚି ପାଣି ଲୋକଙ୍କୁ ପାଣି ମାଗିବା ଓ ପାଣି ପିଇବାର ଦୃଶ୍ୟ ଭାଇରାଲ ହୋଇଛି ।
Squirrel asking for water…. pic.twitter.com/JNldkB0aWU
— Susanta Nanda IFS (@susantananda3) July 16, 2020
ଭିଡ଼ିଓରେ ଦେଖାଯାଇଛି ଯେ ଗୋଟାଏ ଗୁଣ୍ଡୁଚି ଦୁଇ ପଛ ଗୋଡ଼ରେ ଠିଆ ହୋଇ ପାଣି ବୋତଲ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ହାତ ହଲାଉଛି । ପାଣି ପିଇବାକୁ ମାଗୁଛି । ପାଣି ବୋତଲ ନେଇ ଯାଉଥିବା ବ୍ୟକ୍ତି ତାକୁ ପାଣି ପିଆଉଛନ୍ତି । ଆଉ ପାଣି ପିଇବା ପରେ ଗୁଣ୍ଡୁଚି ଖୁସିରେ ଡ଼ିଆଁ ମାରି ପଳାଇ ଯାଉଛି । ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ସେନସେସନ ପାଲଟିଛି । ଏହାକୁ ବହୁ ଲୋକ ସେୟାର କରିଛନ୍ତି । ଟ୍ବିଟରରେ ଏହାକୁ ପ୍ରାୟ ସାଢ଼େ ୪ ଲକ୍ଷ ଓ ରେଡ଼ିଟରେ ଏହାକୁ ୩୦ ଲକ୍ଷ ଲୋକ ଦେଖି ସାରିଲେଣି ।
This is amazing. A thirsty squirrel asks a tourist for a drink of water. pic.twitter.com/dVkAQi4ctx
— Travis Akers (@travisakers) July 16, 2020