କଲେଜ ତାଲା ଭାଙ୍ଗି କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

ପଦ୍ମପୁର: କରୋନା ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଏକଚୋର ଗୋଷ୍ଠୀ ସକ୍ରିୟ ହୋଇଛନ୍ତି। ୩୦ ଅକ୍ଟୋବରରେ ପଦ୍ମପୁର ଥାନା ଜମଳା ଯୁକ୍ତ ଦୁଇ ମହା ବିଦ୍ୟାଳୟରୁ ଚୋରମାନେ କମ୍ପ୍ୟୁଟର,ମନିଟର,ସିସି କ୍ୟାମେରା, ଇନଭର୍ଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ଚୋରାଇ ନେଇଥିବା ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ବ୍ରଜ କିଶୋର ଦଳପତି ଥାନାରେ ଅଭିଯୋଗ କରିଛନ୍ତି।ଖବର ପାଇ ସବ ଇନ୍ସପେକ୍ଟର ଏସ.ଆର ପାତ୍ର,ଓ ସବ ଇନ୍ସପେକ୍ଟର ଡୁଂଗଡୁଂଗ ମାଡାମ ଘଟଣାସ୍ଥଳ ପରିଦର୍ଶନ କରିଫେରିଛନ୍ତି।
Related Posts
କିଛି ଦିନ ପୂର୍ବରୁ ଜଗଦଲପୁର ଥାନା ଚର୍ଦାପାଲି ଆବାସିକ କଲ୍ୟାଣ ବିଭାଗ ହାଇ ସ୍କୁଲ,ଲଖମରା ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ସି ସି କ୍ୟାମେରା ସେଟ, କଂପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ , ନବ ପ୍ରଭାତ ଆଶ୍ରମ ନୁଆପାଲି ନିକଟସ୍ଥ ବିଏସଏନଏଲ ଟାୱାରର ବ୍ୟାଟେରୀ ଚୋରି ହୋଇ ହୋଇଥିଲା। ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିପାରି ନାହିଁ । ଗୋଟିଏ ପରେ ଗୋଟିଏ ଚୋରି ହୋଇଥିଲେ ମଧ୍ୟ କୌଣସି ଶକ୍ତ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଚୋରମାନଙ୍କୁ ରୋକିବା ସମ୍ଭବ ହୋଇପାରୁ ନାହିଁ ।
Comments are closed.