ବାଘମାରୀ ପେଟ୍ରୋଲ ଟାଙ୍କି ସମ୍ମୁଖ ଟ୍ରକରୁ ଚୋରି ଘଟଣା: ସମସ୍ତ ଜିନିଷ ଉଦ୍ଧାର, ୪ ଜଣଙ୍କୁ କୋର୍ଟ ଚାଲାଣ 

ବେଗୁନିଆ : ବାଘମାରୀ ପେଟ୍ରୋଲ ଟାଙ୍କି ଆଗରେ ଥିବା ୩ଟି ଟ୍ରକରୁ ଗତ ୫ ତାରିଖ ଦିନ ରାତିରେ ବାଘମାରୀ ଗ୍ରାମର ଦୁଇଜଣ ଯୁବକ ବୁଲୁ ମହାନ୍ତି ଏବଂ ମନୋରଞ୍ଜନ ବେହେରା ୨ ଟି ବ୍ୟାଟେରୀ, ଜଗ ରଡ଼ ଏବଂ ରେଞ୍ଚି ସହିତ ଅନ୍ୟ ଏକ ଟ୍ରକରୁ ୪୦ ହଜାର ଟଙ୍କାର ଗୁଣ୍ଡ ରଙ୍ଗ ଚୋରି କରି ନେଇଯାଇଥିଲେ । ସେହି ବ୍ୟାଟେରୀ ମଧ୍ୟରୁ ଗୋଟିଏ ବେଗୁନିଆରେ କବାଡ଼ିଆ ଦୋକାନ କରିଥିବା ମହେଶ୍ୱର ସାହୁଙ୍କୁ ୧୫୦୦ଟଙ୍କାରେ ବୁଲୁ ବିକ୍ରି କରିଥିବାବେଳେ ଗତକାଲି ବାଘମାରୀ ପୋଲିସ ମହେଶ୍ୱରଠାରୁ ବ୍ୟାଟେରୀ ଜବତ କରି ତାକୁ ଗିରଫ କରିଥିଲା । ବୁଲୁଠାରୁ ବ୍ୟାଟେରୀ ବିକ୍ରି ବାବଦରେ ଆଣିଥିବା ୧୫୦୦ ଟଙ୍କା ମଧ୍ୟ ଜବତ କରିଛି ।ସେହିଦିନ ରାତିରେ ବୁଲୁ ଅଟ୍ରି ଗ୍ରାମର ମୁରଲୀଧର ବେବର୍ତାଙ୍କର ଏକ ସାଇକେଲ ଚୋରି କରିଥିବାବେଳେ ବାଘମାରୀ ପୋଲିସ ତାଠାରୁ ସାଇକେଲଟି ଉଦ୍ଧାର କରି ଶ୍ରୀ ବେବର୍ତାଙ୍କୁ ହସ୍ତାନ୍ତର କରିଛି । ବୁଲୁ ଅନ୍ୟ ଏକ ବ୍ୟାଟେରୀ ବାଘମାରୀ ମହନପୁର ସାହିର ବିଭୁତି ବେହେରାଙ୍କୁ ବିକ୍ରି କରିଥିବାବେଳେ ପୋଲିସ ତାଠାରୁ ବ୍ୟାଟେରୀ ଜବତ କରି ଗତକାଲି ରାତିରେ ଗିରଫ କରିଥିଲା । ସମସ୍ତ ଜିନିଷ ଉଦ୍ଧାର କରିବା ପରେ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଏହି ଘଟଣାରେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଦୋକାନ କରିଥିବା ମହେଶ୍ୱର ସାହୁଙ୍କୁ ୧୫୦୦ଟଙ୍କାରେ ବୁଲୁ ବିକ୍ରି କରିଥିବାବେଳେ ଗତକାଲି ବାଘମାରୀ ପୋଲିସ ମହେଶ୍ୱର ଠାରୁ ବ୍ୟାଟେରୀ ଜବତ କରି ତାକୁ ଗିରଫ କରିଥିଲା । ବୁଲୁଠାରୁ ବ୍ୟାଟେରୀ ବିକ୍ରି ବାବଦରେ ଆଣିଥିବା ୧୫୦୦ ଟଙ୍କା ମଧ୍ୟ ଜବତ କରିଛି । ସେହିଦିନ ରାତିରେ ବୁଲୁ ଅଟ୍ରି ଗ୍ରାମର ମୁରଲୀଧର ବେବର୍ତା ଙ୍କର ଏକ ସାଇକେଲ ଚୋରି କରିଥିବାବେଳେ ବାଘମାରୀ ପୋଲିସ ତାଠାରୁ ସାଇକେଲଟି ଉଦ୍ଧାର କରି ଶ୍ରୀ ବେବର୍ତାଙ୍କୁ ହସ୍ତାନ୍ତର କରିଛି । ବୁଲୁ ଅନ୍ୟ ଏକ ବ୍ୟାଟେରୀ ବାଘମାରୀ ମହନପୁର ସାହିର ବିଭୁତି ବେହେରାଙ୍କୁ ବିକ୍ରି କରିଥିବାବେଳେ ପୋଲିସ ତାଠାରୁ ବ୍ୟାଟେରୀ ଜବତ କରି ଗତକାଲି ରାତିରେ ଗିରଫ କରିଥିଲା । ସମସ୍ତ ଜିନିଷ ଉଦ୍ଧାର କରିବା ପରେ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଏହି ଘଟଣାରେ ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.