ସୁଖସମୃଦ୍ଧି ପାଇଁ ଗୃହରେ ରଖନ୍ତୁ ଏହି ଜିନିଷ

ଧାର୍ମିକ ମାନ୍ୟତା ଅନୁଯାୟୀ ଏପରି କିଛି ଜିନିଷ ଅଛି ଯାହାକୁ ଘରେ ରଖିବା ଖୁବ ଶୁଭ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି, ସମୃଦ୍ଧି, ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ ସେହି ୫ଟି ଜିନିଷ ବିଷୟରେ…..
୧ – କଳସ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଘରେ କଳସ ରଖିବା ଦ୍ୱାରା ସୁଖସମୃଦ୍ଧି ପ୍ରବେଶ କରିଥାଏ।
୨- ଧାର୍ମିକ ମାନ୍ୟତା ଅନୁଯାୟୀ ସ୍ୱସ୍ତିକ ଶକ୍ତି, ସୌଭାଗ୍ୟ, ସମୃଦ୍ଧି ଓ ମଙ୍ଗଳର ପ୍ରତୀକ। ଯେକୌଣସି ଶୁଭକାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ନିଶ୍ଚୟ କରନ୍ତୁ। ପୂଜା ଘରେ ଧାତୁରେ ନିର୍ମିତ ସ୍ୱସ୍ତିକ ରଖନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
୩ – ସମୁଦ୍ର ମନ୍ଥନ ସମୟରେ ଯେଉଁ ସମସ୍ତ ଅମୂଲ୍ୟ ରତ୍ନ ବାହାରିଥିଲା ସେଥି ମଧ୍ୟରୁ ଶଙ୍ଖ ହେଉଛି ଗୋଟିଏ। ତେଣୁ ଘରେ ପୂଜା ସ୍ଥାନରେ ଶଙ୍ଖ ରଖିବା ଦ୍ୱାରା ସୁଖସମୃଦ୍ଧି ଆସିଥାଏ। ଶଙ୍ଖର ଧ୍ୱନି କାରଣରୁ ଘରେ ସକରାତ୍ମକ ଶକ୍ତି ରହିଥାଏ।
୪- ଘରେ ପ୍ରତ୍ୟେକ ଦିନ ଦୀପ ଓ ଧୂପ ଲଗାନ୍ତୁ। ପ୍ରତିଦିନ ଦୀପ ଲଗାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
୫- ଘଣ୍ଟିର ଶବ୍ଦରେ ବାତାବରଣ ଶୁଦ୍ଧ ଓ ପବିତ୍ର ରହିଥାଏ। ଘରେ ସୁଖସମୃଦ୍ଧି ମଧ୍ୟ ସର୍ବଦା ରହିଥାଏ।

Comments are closed.