ମହିଳାମାନଙ୍କ କ୍ଷମତାପନ୍ନ ଦ୍ୱାରା ସାମାଜିକ ପରିବର୍ତ୍ତନ ସମ୍ଭବ – ରାଷ୍ଟ୍ରପତି

ରାଜସ୍ଥାନ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, POCSO ଆଇନ ଅଧୀନରେ ଦୋଷୀସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ କ୍ଷମା ଆବେଦନ କରିବାର ନିୟମ ରହିବା ଉଚିତ ନୁହେଁ। ସେ କହିଛନ୍ତି, ପାର୍ଲାମେଣ୍ଟ ଏ ବିଷୟରେ ବିଚାର କରିବା ଉଚିତ। ସେ ଶୁକ୍ରବାର ଅପରାହ୍ନରେ ରାଜସ୍ଥାନର ମାଉଣ୍ଟ ଆବୁ ସ୍ଥିତ ବ୍ରହ୍ମାକୁମାରୀ ମୁଖ୍ୟ କାର୍ଯ୍ୟାଳୟଠାରେ ‘ସାମାଜିକ ପରିବର୍ତ୍ତନ ପାଇଁ ମହିଳାମାନଙ୍କୁ କ୍ଷମତାପନ୍ନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିସାରି ଉଦବୋଧନ ଦେଇ ଏହା କହିଛନ୍ତି।

ସେ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ନିଜର ସନ୍ତାନମାନଙ୍କୁ ଶିକ୍ଷାଦେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ରାଷ୍ଟ୍ରପତି କହିଛନ୍ତି, ମହିଳାମାନଙ୍କ କ୍ଷମତାପନ୍ନ ଦ୍ୱାରା ସାମାଜିକ ପରିବର୍ତ୍ତନ ସମ୍ଭବ ହେବ।

Comments are closed.