ଭାରତର ହୃଦୟରେ ରହିଛି ଆମେରିକା, ଷ୍ଟାଚ୍ୟୁ ଅଫ ଲିବର୍ଟି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ ଦୁଇଦେଶ ଗର୍ବିତ: ମୋଦୀ

ଅହମଦାବାଦ: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ସହିତ ବହୁ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଭାରତର ହୃଦୟରେ ଆମେରିକାର ସ୍ବତନ୍ତ୍ର ସ୍ଥାନ ରହିଛି। ସେ ଆହୁରି କହିଥିଲେ, ଦୁଇଦେଶ ମଧ୍ୟରେ ବିଭିନ୍ନତା ଏକ ମଜଭୁତ ସମ୍ପର୍କର ଆଧାର। ଗୋଟିଏ ଦେଶ ପାଖରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ରହିଛି, ଅନ୍ୟ ଦେଶ ନିକଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ରହିଛି। ଦୁଇ ଦେଶ ଏହାକୁ ନେଇ ଗର୍ବିତ। ସେହିପରି ଟ୍ରମ୍ପ ମଧ୍ୟ ନିଜ ଭାଷଣରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ବହୁତ ପ୍ରଶଂସା କରିଥିଲେ।

Comments are closed.