ଲାରମ୍ଭା ମହାବିଦ୍ୟାଳୟରେ ହୋଇଥିବା ଚୋରି ସାମଗ୍ରୀ ଉଦ୍ଧାର ସହ ଦୁଇ କୋର୍ଟ ଚାଲାଣ

ରେଙ୍ଗଲିକେମ୍ପ : ଦୀର୍ଘ ଦିନର ଚୋରି ସାମଗ୍ରୀ ସହ ଅଭିଯୁକ୍ତ ମାନେ ଆଜି  ଅତାବିରା ପୋଲିସ ହାତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ଗତ ଜୁନ ମାସରେ ଲରମ୍ଭା ମହାବିଦ୍ୟାଳୟର ଲବ୍ରୋଟୋରିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି  ହୋଇଥିବା  ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ ଅତାବିରା ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ଏ ନେଇ  ଅତାବିରା ପୁଲିସ ତା’ର ଅନୁସନ୍ଧାନ ଜାରି ରଖିଥିଲେ। ଯାହାକି ଗତ ବିଳମ୍ୱିତ ରାତିରେ  ଅତାବିରା ଚକୁଳି ଫାର୍ମ ଠାରେ ଏହି ଚୋର ମାନେ ଆଉ ଏକ ଚୋରି ପାଇଁ ଷଡ଼ଯନ୍ତ୍ର କରୁଥିବା ବେଳେ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ସଦଳବଳେ ଏମାନଙ୍କୁ ଘେରି କାବୁ କରିଥିଲା । ଏମାନଙ୍କୁ ଜେରା କରିବା ପରେ ଚୋର ମାନେ ଚୋରି କରିଥିବା ସ୍ବୀକାର କରିଥିଲେ ଓ  ଚୋରି ହୋଇଥିବା ଦୁଇଟି ଲାପଟପ୍, ଦୁଇଟି ଇନଭର୍ଟର, ଦୁଇଟି  ବ୍ୟାଟେରୀ,ଟିଏ ଭାକ୍ୟୁମ୍ କ୍ଲିନର,ଟିଏ ଟେଲିସ୍କୋପ ଓ ଗୋଟିଏ ପ୍ରୋଜେକ୍ଟର ଆଦି  ସାମଗ୍ରୀ ଉଦ୍ଧାର ହୋଇଥିଲା ।  ଏଥିରେ ସଂଶ୍ଲିଷ୍ଟ ଥିବା ବରଗଡ଼ ଟିଟିଲାଗଡ ପଡ଼ାର ରାଜୁ ହରିପାଲ (୨୨),ଓ  ରେଲୱେ ଷ୍ଟେସନ ଗୋଲ ପଡ଼ାର ଗୁଡୁ ଓରଫ ମହେଶ କୁମାର ଶର୍ମା (୩୨)ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.