ପିଲାଙ୍କ ପାଇଁ ନୂଆ ଆଶା- ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ କୋଭିଡ ଟିକା ‘ଜାଇକୋଭ-ଡି’

ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପହିଲାରୁ ପିଲାଙ୍କୁ ମିଳିପାରେ କୋଭିଡ ଟିକା ‘ଜାଇକୋଭ-ଡି’

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପହିଲାରୁ ପିଲାଙ୍କୁ ମିଳିପାରେ କରୋନା କବଚ ତଥା କୋଭିଡ ଟିକା ‘ଜାଇକୋଭ-ଡି’ । ପିଲାଙ୍ଗ ଲାଗି ଟିକାକରଣ ପାଇଁ ‘ଜାଇକୋଭ-ଡି’ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାଇଡସ କାଡ଼ିଲାର କୋଭିଡ ଟିକା ‘ଜାଇକୋଭ-ଡି’। ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇଥିବା ‘ଏନଟାଗି’ ଅଧ୍ୟକ୍ଷ ଡା.ଏନ୍.କେ ଆରୋରା ସୂଚନା ଦେଇଛନ୍ତି। ୧୨ରୁ ୧୮ବର୍ଷ ବୟସ ପିଲାଙ୍କ ପାଇଁ କୋଭିଡ ଟିକା ‘ଜାଇକୋଭ-ଡି’ ଟିକାକରଣ ହୋଇପାରେ। ଜାଇଡସ କାଡ଼ିଲା ପକ୍ଷରୁ ଖୁବ ଶୀଘ୍ର ଡିସିଜିଆଇ ଟିକାକରଣ ପାଇଁ ଅନୁମତି ଦେବାକୁ ଆବେଦନ କରିପାରେ। କୋଭିଡ ଟିକା ‘ଜାଇକୋଭ-ଡି’ ଉଭୟ ପ୍ରାପ୍ତ ବୟସ୍କ ଓ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯାଇପାରିବ ବୋଲି ଏନ୍‌ଟାଗି ଅଧ୍ୟକ୍ଷ ଡା.ଏନ୍.କେ ଆରୋରା ପ୍ରକାଶ କରିଛନ୍ତି।

Comments are closed.