ବାଲିଖାଦାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବଇଁଚା-ନରଣପୁର ବାଲିଖାଦାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ନୀଳଗିରି ତହସିଲ ପକ୍ଷରୁ ୫ ବର୍ଷିୟା ଲିଜ୍‌ ସୂତ୍ରରେ ନେଇଥିବା ବାଲିଖାଦାନର ସତ୍ତ୍ୱାଧିକାରୀ ମଙ୍ଗଳବାର ଖାଦାନର ଶୁଭାରମ୍ଭ କରିଥିଲେ। ଜାଗା ଚିହ୍ନଟ କରିବାକୁ ନୀଳଗିରି ତହସିଲଦାର ଅଶେଷ ନାୟକ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ଏହି ଖାଦାନକୁ ବିରୋଧ କରି କେତେକ ଲୋକ ରାସ୍ତାରେ ବାଡ଼ ବୁଜିବା ସହ ସେଠାରେ ୩/୪ଟି ଅସ୍ଥାୟୀ ଘର ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ତହସିଲଦାରଙ୍କ ନିର୍ଦେଶାନୁସାରେ ଜେସିବି ଲଗାଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ବାକବିତଣ୍ଡାରୁ ଏଠାରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏଥିରେ ପୁଲିସ କର୍ମଚାରୀ ଓ ତହସିଲଦାରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଆୟତ୍ତ ହୋଇଥିଲା। ନିୟମାନୁସାରେ ବାଲି ଖାଦାନ ଚାଲିବ ବୋଲି ତହସିଲଦାର ଶ୍ରୀ ନାୟକ ବିପକ୍ଷବାଦୀଙ୍କୁ କହିବା ପରେ ସେମାନେ ଘରବାହୁଡ଼ା ହୋଇଥିବା ସୂଚନା ମିଳିଛି।

Comments are closed.