ତିନି ଆଇନଜୀବୀଙ୍କୁ ବିଚାରପତି ପଦ ପାଇଁ କଲେଜିଅମର ସୁପାରିଶ

- ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟ ବିଚାରପତି

ଡେସ୍କ: ସୁପ୍ରିମକୋର୍ଟ କଲେଜିଅମ ତିନି ଜଣ ପ୍ରମୁଖ ଆଇନଜୀବୀଙ୍କୁ ବମ୍ବେ, ଓଡିଶା ଓ ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର ବିଚାରପତି ପଦବୀ ପାଇଁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିଅମ ଏ ନେଇ ବମ୍ବେ ହାଇକୋର୍ଟ, ଓଡିଶା ହାଇକୋର୍ଟ ଏବଂ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟରେ କାର୍ଯ୍ୟରତ ଜଣେ ଲେଖାଏଁ ଆଇନଜୀବୀଙ୍କୁ ବିଚାରପତି ପଦବୀରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି।

ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିଅମ ସୁପାରିଶ କରିଛନ୍ତି। ଗତକାଲି ସୁପ୍ରିମକୋର୍ଟ କଲେଜିଅମର ବୈଠକରେ ସମସ୍ତ ଆବଶକୀୟ ତଥ୍ୟ ଓ ଦସ୍ତାବିଜ ଉପରେ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଅଭୟ କୁମାର ଆହୁଜାଙ୍କୁ ବମ୍ବେ ହାଇକୋର୍ଟ ଏବଂ ଜାଭେଦ ଇକୱାଲ ବାଣୀଙ୍କୁ ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି।

Comments are closed.