‘ମୁହୂର୍ତ୍ତ ଟ୍ରେଡିଂ’-ଦୀପାବଳିରେ ଘଣ୍ଟାଏ ଖୋଲିବ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ : ଦୀପାପଳି ଅବସରରେ ସୋମବାର ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇ ଏକ ଘଣ୍ଟା ପାଇଁ ଖୋଲା ରହିବ। ଏହି ସମୟରେ ‘ମୁହୂର୍ତ୍ତ ଟ୍ରେଡିଂ’ ହେବ। ସେହିଦିନ ସଂଧ୍ୟା ୬ଟାରୁ ୭ଟା ପାଇଁ ଷ୍ଟକ ଏକ୍ସଚେଞ୍ଜ ଖୋଲା ରହିବ। ହିନ୍ଦୁ ମାନ୍ୟତା ଅନୁଯାୟୀ ଏହି ମୁହୂର୍ତ୍ତରେ କାରବାର ପାଇଁ ଶୁଭ ା ଆର୍ଥିକ ସମୃଦ୍ଧି ଲାଭ ପାଇଁ ଉଭୟ ଷ୍ଟକ ଏକ୍ସଚେଞ୍ଜ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ।

ଏହିଦିନ ନିବେଶକ ଟ୍ରେଡିଂ କରିବାକୁ ବିଶେଷ ପସନ୍ଦ କରିଥା’ନ୍ତି। କିଛି ନୂଆ ଆରମ୍ଭ କରିବାକୁ ହେଲେ ଦୀପାବଳିକୁ ସବୁଠାରୁ ଭଲ ଦିନ ଭାବେ ଗ୍ରହଣ କରାଯାଇଥାଏ। ବଜାର ଏବେ ସକାରାତ୍ମକ ରହିଛି। ଏହିଦିନ ନିବେଶକମାନେ ଯଥେଷ୍ଟ କାରବାର କରିବେ ବୋଲି ଅପଷ୍ଟକ୍ସର ନିର୍ଦେଶକ ପୁନିତ ମାହେଶ୍ବରୀ କହିଛନ୍ତି।

Comments are closed.