ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ 

ଭୁବନେଶ୍ଵର : ଆଜି ସନ୍ଧ୍ୟା ୫ଟା ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି। ଏକା ଥରକେ କ୍ୟାବିନେଟ, କୃଷି କ୍ୟାବିନେଟ, ଐତିହ୍ୟ କ୍ୟାବିନେଟ ବୈଠକ ବସିବ।

ସୂଚନାଯୋଗ୍ୟ ଆଜିର ଏହି କ୍ୟାବିନେଟ୍‌ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ। ସେହିପରି କୃଷି ଓ ଐତିହ୍ୟ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହି କ୍ୟାବିନେଟ୍ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା  ବେଳେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ମୁଖ୍ୟ ଶାସନ ସଚିବ ଏହି କମିଟିର ସଚିବ ରହିଥିବାବେଳେ କୃଷି ବିଭାଗ ସଚିବ ଏହାର ଆବାହକ ରହିଛନ୍ତି।

 

Comments are closed.