ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ରିଜର୍ଭ ବ୍ୟାଙ୍କ୍‍

ଆଜି ରିଜର୍ଭ ବ୍ୟାଙ୍କ୍‍ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକ ପରେ ଏହି ଘୋଷଣା କରାଯିବ। ଗଭର୍ଣ୍ଣର ଶ୍ରୀ ଦାସ ମଧ୍ୟାହ୍ନ ୧୨ଟାରେ ଏ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେବେ। ସୂଚନା ଯୋଗ୍ୟ ଗତ ୩ଟି ମୁଦ୍ରାନୀତି ବୈଠକରେ ସୁଧହାର ଅପରିବର୍ତ୍ତିତ ରହିବା ସହ ରେପୋରେଟ୍‍ ୪ ପ୍ରତିଶତ ଏବଂ ରିଭର୍ସ ରେପୋରେଟ୍‍ ୩.୩୫ ପ୍ରତିଶତ ରହିଛି। ଗତବର୍ଷ ମେ’ ମାସରେ ରିଜର୍ଭ ବ୍ୟାଙ୍କ୍‍ ଶେଷ ଥର ପାଇଁ ମୁଦ୍ରାନୀତିରେ ପରିବର୍ତ୍ତନ କରିଥିଲା।

Comments are closed.