ସେନାବାହିନୀକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇଠାରେ ସେନାବାହିନୀକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ପଣ କରିଛନ୍ତି। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଓ ୧୫ଟି ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ମାଣ କରାଯାଇଛି। ସେନାବାହିନୀ ଏଭଳି ୧୧୮ଟି ଟ୍ୟାଙ୍କ୍‍ କ୍ରୟ କରିବାକୁ ଅର୍ଡର ଦେଇଛି। ଦିନିକିଆ ତାମିଲନାଡୁ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଚେନ୍ନାଇରେ ପହଞ୍ଚିଛନ୍ତି। ସେ ମଧ୍ୟ ତାମିଲନାଡୁରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଶ୍ରୀ ମୋଦୀ ୩ ହଜାର ୭୭୦ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‍ଘାଟନ କରିବା ସହ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍‍ଘାଟନ କରିଛନ୍ତି। ସେ ୨୯୩ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ବିଚ୍‍-ଆଟ୍ଟିପଟ୍ଟୁ ରେଳ ଲାଇନ୍‍ର ବିଦ୍ୟୁତିକରଣ କାର୍ଯ୍ୟ ମଧ୍ୟ ଉଦ୍‍ଘାଟନ କରିଛନ୍ତି।

Comments are closed.