ରାଷ୍ଟ୍ରପତି ଭବନ କ୍ରୀଡ଼ା ସ୍ଥଳ ଉଦଘାଟିତ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ରାଷ୍ଟ୍ରପତି ଭବନ କ୍ରୀଡ଼ା ସ୍ଥଳ’କୁ ଆଜି ଉଦ୍‍ଘାଟନ କରିଛନ୍ତି। ଏହା ମଧ୍ୟରେ ଏକ ପୁନର୍ନିମିତ ଫୁଟବଲ ଗ୍ରାଉଣ୍ଡ ଓ ବାକ୍ସେଟ୍‍ ବଲ୍‍ କୋର୍ଟ ରହିଛି। ଏହି ଅବସରରେ ଏକ ଫୁଟବଲ୍‍ ମ୍ୟାଚ୍‍ ଖେଳାଯାଇଥିଲା। ଏଥିରେ ମାଇଁ ଆଞ୍ଜେଲସ ଏକାଡେମୀ ପିଲାମାନେ ଭାଗ ନେଇଥିଲେ। ଏହି ଅତ୍ୟାଧୁନିକ କ୍ରୀଡ଼ା ସ୍ଥଳୀକୁ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିର ରଖି ନିର୍ମାଣ କରାଯାଇଛି। ବିଭିନ୍ନ ବିଭାଗର ୫ଟି ଟିମ୍‍କୁ ନେଇ ଆଜିଠାରୁ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଉଛି।

ସେଗୁଡ଼ିକର ନାମ President’s Secretariat Heroes, Household Youngs, PBG Warriors, Army Guard Daredevils ଓ Delhi Police Stalwarts ରହିଛି। ଏହି ଟୁର୍ଣ୍ଣାମେଣ୍ଟ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ କ୍ରୀଡ଼ା କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ।

Comments are closed.