ନିର୍ଦ୍ଧାରିତ ଗତିପଥରେ ଚଳାଚଳ କରିବ ପ୍ରଶାନ୍ତି ବିଶେଷ ଏକ୍ସପ୍ରେସ

ଯାତ୍ରୀମାନଙ୍କ ଚାହିଦା ଓ ସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନକୁ ଏହାର ନିର୍ଦ୍ଧାରିତ ଚଳାଚଳ ପଥରେ ଚଳାଇବା ପାଇଁ ଏବଂ ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ବିଶେଷ ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୋନାକୋଣ୍ଡା ଡୋନାକୋଣ୍ଡା-ଗାଜେଲାକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଶାନ୍ତି ବିଶେଷ ଟ୍ରେନ ମାର୍ଚ୍ଚ ୨୯ରୁ ଏପ୍ରିଲ ୧ ମଧ୍ୟରେ ଗୁଣ୍ଟୁର- କାଚେଗୁଡା-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍-କାଟପାଡି-ଜୋଲାରପେଟାଇ ହୋଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ବିଶେଷ ଟ୍ରେନକୁ ବାତିଲ କରାଯାଇଥିଲା।

୦୮୪୬୩/୦୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ମାର୍ଚ୍ଚ ୩୦ ଠାରୁ ଏହାର ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି। ସେହିଭଳି ୦୭୨୩୯/୦୭୨୪୦ ଗୁଣ୍ଟୁର-ବିଶାଖାପାଟନମ୍-ଗୁଣ୍ଟୁର ଠାରୁ ଏପ୍ରିଲ ୨ ତାରିଖ ଠାରୁ ଏବଂ ବିଶାଖାପାଟଣାରୁ ଏପ୍ରିଲ ୩ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.