ବାଲ୍ୟ ବିବାହ ବନ୍ଦ ପାଇଁ କମିଟି ଗଠନ

ବାଙ୍କୀ/ଡମପଡ଼ା : ବାଙ୍କୀ ଡମପଡ଼ା ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟଠାରେ ଡମପଡ଼ା ବ୍ଲକ ସି.ଡି.ପିଓ ନର୍ମଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବର୍ତ୍ତମାନ ସମୟରେ ବାଲ୍ୟବିବାହ ଦିନକୁ ଦିନ  ଅଧିକ ହେବାର ଲାଗିଥିବା ବେଳେ ବାଲ୍ୟ ବିବାହକୁ ରୋକିବା ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଏଥିରେ ବ୍ଳକ ଅତିରିକ୍ତ ଶିକ୍ଷାଅଧିକାରୀ ପ୍ରଫୁଲ ବେହେରା, ବାଙ୍କୀ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲୀକ, ଓଡ଼ିଶାର ଜୀବିକା ମିଶନ ପକ୍ଷରୁ ଅକ୍ଷୟ ଭଟ୍ଟ, ସାମାଜିକ କର୍ମୀ ଗୌତମ ମିଶ୍ରଙ୍କୁ ନେଇ ଏକ କମିଟି ଗଠନ କରାକରାଗଲା । ଆଗାମୀ ଦିନରେ ଡମପଡ଼ା ବ୍ଲକର ୧୭ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ କରିବା ସହ ବାଲ୍ୟ ବିବାହ ନରୋଧ ପାଇଁ  ପ୍ରତିଗ୍ରାମର ୱାର୍ଡର ୭ ଜଣିଆ କମିଟି, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସ୍ୱୟଂସହାୟକ ଗୋଷ୍ଠୀ ଓ ଯବୁକ ସଂଘମାନଙ୍କୁ ନେଇ ଏକ କମିଟି ଗଠନ କରାଯିବା ପାଇଁ ସିଡିପିଓ ସୂଚନା ଦେଇଥିଲେ ।

Comments are closed.