ଓଡିଶାରେ ପ୍ରଥମ ଏନଏସସିବି ମହାବିଦ୍ୟାଳୟ ଦ୍ୱାରା ପୁସ୍ତକ ପ୍ରକାଶିତ

ସମ୍ବଲପୁର: ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ରିର୍ସଚ ସେଲ ଦ୍ୱାରା ଏକ ଆର୍ନ୍ତଜାତୀୟ ସ୍ତରର ପୁସ୍ତକ ପ୍ରକାଶନ କରାଯାଇଛି। କନଟେମ୍ପରୀ ଇସ୍ୟୁସ ଇନ ସୋସିଆଲ ସାଇନ୍ସ ନାମକ ପ୍ରକାଶିତ ପୁସ୍ତକକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିଶଙ୍କର ସାହୁ ଓ ଏନଏସସିବିର ରିର୍ସଚ ସେଲର ଅଧିକାରୀ ଡ. ବିଶ୍ୱମୋହନ ଜେନା ସଂଯୁକ୍ତ ଭାବରେ ସମ୍ପାଦନା କରିଛନ୍ତି। ଏହି ପୁସ୍ତକ ପାଇଁ ମାଲେସିଆ, ତୁର୍କୀ, ମୁମ୍ବାଇ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ଛତିଶଗଡ ସମେତ ରାଜ୍ୟର ଅନେକ ସ୍ଥାନରୁ ବିଭିନ୍ନ ବିଶେଷଜ୍ଞ ଓ ଅଭିଜ୍ଞ ବ୍ୟକ୍ତି ମାନଙ୍କର ଲେଖା ପୁସ୍ତକରେ ସାମିଲ କରାଯାଇଛି। ୩୦୧ ପୃଷ୍ଟା ସମ୍ବଳିତ ଏହି ପୁସ୍ତକକୁ କୁନାଲ ବୁକ୍ସ, ନୁଆଦିଲ୍ଲୀ ଦ୍ୱାରା ମୁଦ୍ରଣ କରାଯାଇଛି।

ଶୁକ୍ରବାର ମହାବିଦ୍ୟାଳୟ ପରିସରରେ ଆୟୋଜିତ ପୁସ୍ତକ ଉନ୍ନମୋଚନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ହରିଶଙ୍କର ସାହୁ, ରିର୍ସଚ ସେଲର ଅଧିକାରୀ ଡ. ବିଶ୍ୱମୋହନ ଜେନା, ପ୍ରଶାସନିକ ଅଧିକାରୀ ଡ. ଶ୍ୟାମ ଭୋଇ, ହରିହର ମଲ୍ଲିକ, ସୁଜିତ ପଧାନ, ଶ୍ରଦ୍ଧାମୟୀ ପୁରୋହିତ, ଏସ.ପି. ଟୁଡୁ, ବି. ଦଳେଇ, ଏସ. ଏକ୍କା, ବି. ଦୀକ୍ଷିତ, ଡ. ରଘୁମଣି ନାୟକ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ପୁସ୍ତକରେ ବିଭିନ୍ନ ସାମାଜିକ ସମସ୍ୟା ଓ ସମାଧାନ ଉପରେ ପ୍ରମୁଖ ଭାବରେ ଫୋକସ କରାଯାଇଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସାହୁ କହିଛନ୍ତି। ଓଡିଶାର କୌଣସି ସରକାରୀ ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପୁସ୍ତକ ପ୍ରକାଶନ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରୀ ମଧ୍ୟ ବିଭିନ୍ନ ପ୍ରକାରର ଗବେଷଣା ମୂଳକ କାର୍ଯ୍ୟକ୍ରମ କରାଯିବାର ମଧ୍ୟ ଯୋଜନା ରହିଛି ବୋଲି ରିର୍ସଚ ସେଲର ଡ. ଜେନା କହିଛନ୍ତି।

Comments are closed.