ଚୌଦ୍ୱାର: ଚୌଦ୍ୱାର ସ୍ଥିତ ଓପିଟିସିଏଲର ଗ୍ରୀଡ ସବ୍ଷ୍ଟେସନରେ ଭୟାବହ ଅଭଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ସବ୍ଷ୍ଟେସନ ଭିତରେ ଏକ ଭୟଙ୍କର ଶବ୍ଦ ହୋଇ ବିଦ୍ୟୁତ୍ ସେବା ବନ୍ଦ ହୋଇଯିବା ସହିତ ସମଗ୍ର ଚୌଦ୍ୱାର ଅଞ୍ଚଳ ଅନ୍ଧକାରମୟ ହୋଇ ଯାଇଥିଲା। ସବ୍ଷ୍ଟେସନ ପରିସରରେ ନିଆାଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ନିଆଁ ଲାଗିବାର କାରଣ ଜଣାପଡିନଥିଲେ ହେଁ ଏକ ଟ୍ରାନ୍ସଫରମର ଫାଟି ତାହାର ତେଲ ଚାରିଆଡେ ବିଛାଡି ହୋଇ ପଡିବା ଫଳରେ ନିଆଁ ଲାଗିଥିବା ଜନୈକ ବିଦ୍ୟୁତ୍ କର୍ମଚାରୀଙ୍କ ସୁତ୍ରରୁ ପ୍ରକାଶ।
ପ୍ରାୟ ୧ଘଣ୍ଟା କାଳ ପରିଶ୍ରମ କରି ସବ୍ଷ୍ଟେସନ କର୍ମଚାରୀମାନେ ରାତି ୮ଟା ସୁଦ୍ଧା ନିଆାଁକୁ ଆୟତ୍ତ କରିଥିବା ବେଳେ ଏକ ବଡ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।