କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲଟ୍

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ ଏବଂ ଦକ୍ଷିଣ ରାଜ୍ୟରେ ନୂଆ ଭୂମିକା ଗ୍ରହଣ କରିବା ପୂର୍ବରୁ ରାଜ୍ୟସଭାରେ ଗୃହର ନେତା ଥିଲେ। ସେ ୨୦୦୬ରୁ ୧୪ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ୟ୍ୟ କରିଥିଲେ।

Comments are closed.