ପୁଲିସର ଅଚାନକ ଚଢ଼ଉ, ଚୋରା ମହୁଲି ମଦ ଜବତ, ୧୦ କ୍ବୁଣ୍ଟାଲ ପୋଚ ନଷ୍ଟ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ପୁଲିସ ପକ୍ଷରୁ ଚୋରାରେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ସ୍ଥାନ ଉପରେ ଅଚାନକ ଚଢ଼ଉ କରାଯାଇଥିଲା। ୪୫ ଲିଟର ପ୍ରସ୍ତୁତି ହୋଇଥିବା ଦେଶୀ ମହୁଲି ମଦ ଜବତ କରିବା ସହ ୧୦ କ୍ବୁଣ୍ଟାଲ ଓଜନର ପୋଚ କୁ ନଷ୍ଟ କରିଥିଲା ଠାକୁରମୁଣ୍ଡା ପୁଲିସ। ଚଢ଼ଉ ସମୟରେ ଘଟଣାସ୍ଥଳରୁ ମଦ ପ୍ରସ୍ତୁତ କରୁଥିବା ବେପାରୀ ଫେରାର ହୋଇ ଯାଇଥିଲେ। ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଦିଗଧର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପୋଷି ନୂଆସାହି ଜଙ୍ଗଲ ଭିତରେ ମଦ ପ୍ରସ୍ତୁତି ସ୍ଥାନରେ ଚଢ଼ଉ କରାଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ମଦ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି। ଏନେଇ ଠାକୁରମୁଣ୍ଡା ଥାନା କେଶ ନମ୍ବର /୨୧ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Comments are closed.