ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡା: ଭାଲୁ ଆକ୍ରମଣ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ମହିଳାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଆନନ୍ଦପୁର ରେଞ୍ଜ ଗୟଳମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁତଝରି ଗ୍ରାମରେ। ଆଜି ସକାଳେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ,ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଗ୍ରାମର ସଲଗେ ସରେନ (୪୭ ବର୍ଷ) ତାଙ୍କ ଧାନ ବିଲକୁ ମାଛ ଧରିବାକୁ ବସାଇ ଥିବା ଖଇଁଚାରୁ ମାଛ ଆଣିବାକୁ ଯାଉଥିବା ସମୟରେ ବାଟରେ ତାଙ୍କୁ ୨ଟି ଭାଲୁ ବିଲ ମଝିରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରୁ ବର୍ତ୍ତିବା ପାଇଁ ସଲଗେ ଧରିଥିବା ଛତାଟିକୁ ଭାଲୁ ଆଗରେ ଖୋଲା ବନ୍ଦ କରି ଛତା ଦେଖାଇବାରୁ ଭାଲୁ ଦୁଇଟି ଛାଡି ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ସଲଗେର ପାଟି ଶୁଣି ଆଖ ପାଖରେ ଥିବା ଲୋକେ ଦୌଡ଼ି ଆସି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଭାଲୁ ଆକ୍ରମଣରେ ତାଙ୍କର ଡାହାଣ ହାତରେ ଗଭୀର କ୍ଷତ ହୋଇଥିବାର ଜଣା ଯାଇଛି।

Comments are closed.