ବେଆଇନ ଲିଜକୁ ବିରୋଧ କରି କଣ୍ଟାସିମିଳା ଗ୍ରାମବାସୀଙ୍କ ରରୁଆଁ ତହସିଲ ଘେରାଓ

ଠାକୁରମୁଣ୍ଡା : ବେଆଇନ ଲିଜକୁ ବିରୋଧ କରି କଣ୍ଟାସିମିଳା ଗ୍ରାମବାସୀ ରରୁଆଁ ତହସିଲ ତହସିଲ ଅଫିସ ଘେରାଓ କରିଛନ୍ତି। ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲାର ରରୁଆଁ ତହସିଲ ଅଞ୍ଚଳରୁ। ରରୁଆଁ ତହସିଲଦାର ବେଆଇନ ଭାବେ କଣ୍ଟାଖରୀ ଗ୍ରାମରେ ଥିବା ଏକ ବିରାଟ ପଥର ହୁଡିକୁ ଲିଜ ଦେବା ଘଟଣାକୁ ଗ୍ରାମବାସୀଙ୍କ ବିରୋଧ କରିଥିଲେ। ଗ୍ରାମର କୌଣସି ଅନୁମତି କିମ୍ବା ପଲ୍ଲୀସଭା, ଗ୍ରାମସଭାର ଅନୁମତି ନ ନେଇ କିପରି ଭାବେ ଏକ ବିରାଟ ପଥର ହୁଡିକୁ ତହସିଲଦାର ଲିଜ ଦେଲେ, କାହା ନିର୍ଦେଶରେ ଏକ ମୁଲ୍ୟବାନ ଗଛ ଥିବା ହୁଡ଼ିକୁ ଲିଜ ଦେଲେ। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳି ପାରି ନ ଥିଲା, ଫଳରେ ଆଜି ଗ୍ରାମବାସୀମାନେ ଏକଜୁଟ ହୋଇ ରରୁଆଁ ତହସିଲ କାର୍ଯ୍ୟାଳୟ ଘେରାଓ କରିଥିଲେ। ଏହାସହିତ ତୁରନ୍ତ ଲିଜ ବାତିଲ କରିବା ସହିତ ଏପରି କାର୍ଯ୍ୟ କରିଥିବା ତହସିଲଦାରଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

Comments are closed.