ବେଆଇନ ବାଲି ଚାଲାଣ ; ଗାଡି ଅଟକାଇ ପୁଲିସ ଜିମା ଦେଲେ ଗ୍ରାମବାସୀ

ଠାକୁରମୁଣ୍ଡା: ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱ। ଅଟକାଇ ଘାଗରବେଡା ପୁଲିସ ଜିମା ଦେଲେ ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲ ଅନ୍ତର୍ଗତ ଓଡିଶା ଝାରଖଣ୍ଡ ସୀମାର ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ସ୍ଥାନୀୟ ଲୋକେ ୮ଟି ଗାଡ଼ି ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଦୀର୍ଘ ୨ମାସ ରୁ ଅଧିକ ଦିନ ଧରି ବାଲି ଚାଲାଣ କରାଯାଉଥିଲା । ତେବେ ଘାଘରବେଡା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ୮ ଜଣ ଗାଡି ଚାଳକକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.