ପାନୀୟ ଜଳର ସଂକଟରେ ୩୪୪ ପରିବାର, କାମରେ ଲାଗୁନି ୧ କୋଟି ୬୯ ଲକ୍ଷ ଟଙ୍କାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଠାକୁରମୁଣ୍ଡା: ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କାର ପ୍ରକଳ୍ପ ତିଆରି କରିଛନ୍ତି, ହେଲେ ପ୍ରକଳ୍ପ ହଇଥିବା ସ୍ଥାନମାନଙ୍କରେ ଜଳ ସଙ୍କଟ ଦୂର ହେବା ଦୁରେ ଥାଉ ବର୍ଷା ଦିନରେ ବି ଏଠାରେ ଦେଖା ଦେଲାଣି ଜଳ ସଙ୍କଟ।ଫଳରେ ଲୋକେ ନାହଁ ନ ଥିବା ହଇରାଣ ହେଉଛନ୍ତି। ମୟୂରଭଞ୍ଜର ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ଲୋକ ସଂଖ୍ୟା ୧ ଲକ୍ଷ ୪୩ ହଜାର ୯୪ ଥିଲା ବେଳେ ୧୫୯ଟି ରାଜସ୍ବ ଗ୍ରାମ। ଏହି ରାଜସ୍ବ ଗ୍ରାମଗୁଡିକ ମଧ୍ୟରୁ ୪୪ଟି ଗାଁରେ ଓଭର ହେଡ୍ ଟାଙ୍କି ଓ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚି ପାରିଛି। ବାସ୍ତବ କ୍ଷେତ୍ରରେ ତାହା ପୁଣି ଅଲଗା। ବର୍ତ୍ତମାନ ସୁଦ୍ଧା ୧୧୫ ରାଜସ୍ବ ଗ୍ରାମକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚି ପାରିନାହିଁ।

ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର ସବୁଲୋକଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ବୋଲି ଦେଣ୍ଡୁରା ପିଟୁଥିଲେ ବି ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା। ସରକାର ନିଜର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ମାଧ୍ୟମରେ କେତେ କଣ ପ୍ରତେକ ଦିନ ପ୍ରଚାର ଚଳାଇଛନ୍ତି। ମାତ୍ର ସ୍ବାଧୀନତା ୭୫ ବର୍ଷପରେ ବି ଲୋକଙ୍କ ପାଖରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚି ପାରିଲା ନାହିଁ।

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହଇଥିବା ବେଳେ ଆଜି ବି ବହୁ ଗାଁରେ, ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇ ସଂଘର୍ଷ କରୁଛନ୍ତି। ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଏହା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନଥିବା ଏଇ ଘଟଣାରୁ ଜଣାପଡିଛି।

ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ପଡିଆଵେଡା ପଞ୍ଚାୟତ ବୋରିଂ ଓ ଆମ୍ବବେଡା ଗାଁରେ। ବୋରିଂ ଓ ଆମ୍ବବେଡା ଗାଁ ଏବଂ ତେଲନଦୀ ସାହିର ପରିବାର ସଂଖ୍ୟା ୩୪୪, ଲୋକ ସଂଖ୍ୟା ୧୬୦୦ ଉର୍ଦ୍ଧ୍ବ ହେବ ଏବଂ ତା ସହିତ ‘ଭୀମକୁଣ୍ଡ ‘ ପର୍ଯ୍ୟଟନ ସ୍ଥଳୀ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ୧ କୋଟି ୬୯ ଲକ୍ଷ ଟଙ୍କାର ଏହି ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ଏହାର ସଫଳ ଗ୍ରାମବାସୀଙ୍କୁ ମିଳିପାରିଲା ନାହିଁ। ଏଥିପାଇଁ ଗ୍ରାମବାସୀ ସରପଞ୍ଚଠୁ ବିଭାଗୀୟ ଜେଇ, ଏସଡିଓ ଓ ବିଡ଼ିଓଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଏହା ତାର କିଛି ସୁଫଳ ମିଳିପାରି ନାହିଁ ବୋଲି ଗ୍ରାମର ବିରେନ୍ ମହାନ୍ତ, କାଳୀଚରଣ ନାଏକ, ଡମ୍ବରୁ ମହାନ୍ତ, ପରଶୁରାମ, ପ୍ରଶ୍ନ କୁମାର ନାଏକ, ଦୁର୍ଯ୍ୟୋଧନ ମହାନ୍ତ, ସରସ୍ବତୀ ମାଝୀ, ପାର୍ବତୀ ହାଁସଦା ଓ ଗ୍ରାମବାସୀ। ପାନୀୟ ଜଳ ଯୋଗାଇ ପାଇଁ ଗ୍ରାମର ସମସ୍ତ ସାହିକୁ ପାଇପ୍ ବିଛା ହୋଇଥିଲେ ମଧ୍ୟ ବୋରିଂ ନାଏକ ସାହି ଛାଡି ଦେଲେ ଅନ୍ୟ ୪ଟି ସାହିକୁ ପାନୀୟ ଜଳ ପହଞ୍ଚି ପାରିନାହିଁ।

ତେବେ ଏବିଷୟରେ ପଡିଆଵେଡା ସରପଞ୍ଚ ମମତା ନାଏକଙ୍କୁ ପଚାରିବାରୁ ସେ କହିଲେ, ମୁ ମଧ୍ୟ ବିଭାଗୀୟ ଜେଇ ଏବଂ ବିଡ଼ିଓଙ୍କୁ ବୋରିଂ ଗାଁ ପାଣି ସମସ୍ୟା ଜଣାଇଦେଇଛି। ତେବେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବୋଧ ମଣ୍ଡଳଙ୍କୁ ପଚାରିବାରୁ ସେ କହିଲେ ଯେ ମୁ ଆସିବା ଆଗରୁ ଏ କାମ ସରି ଯାଇଥିଲା। ଏ ଅଭିଯୋଗ ପାଇଛି ଠିକାଦାର ଓ ସରପଞ୍ଚ ମାଡାମଙ୍କ ସହିତ କଥା ହୋଇଛି, ଖୁବଶୀଘ୍ର ପାଣି ଯୋଗାଇ ଦିଆଯିବ। ଓଭର ହେଡ୍ ଟାଙ୍କି ଠାରୁ ଆମ୍ବବେଡା ଗାଁଟି ୨ କିମି ଦୂର ହେଉଛି ଏବଂ ପାଣି ପାଇପ୍ ଗୁଡିକ ମେନ୍ ବ୍ରାଞ୍ଚରୁ ଲୋକଙ୍କ ଘରକୁ ପାଇପ୍ ସଂଯୋଗ ହୋଇଥିବାରୁ ଆମ୍ବବେଡା ଓ ମହାନ୍ତ ସାହିକୁ ପାଣି ପହଞ୍ଚି ପାରୁନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Comments are closed.