ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୭୨ ଘଣ୍ଟା ସଟଡାଉନ ଘୋଷଣା

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀଙ୍କ କରୋନା ପଜିଟିଭି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆଜି ୧୮ ତାରିଖ ଦିନ ୧୨ ଟା ଠାରୁ ୨୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସଟଡାଉନ ନେଇ ତହସିଲଦାର ପ୍ରଦ୍ୟୁମ୍ନ ନାୟକ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ କାର୍ଯ୍ୟରତ ଫାର୍ମାସିଷ୍ଟ କରୋନା ଯୋଦ୍ଧାଙ୍କ ଠାରେ କୋଭିଡ ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ ନିଆଯାଇ ପରୀକ୍ଷା କରା ଯାଇଥିଲା । ଶନିବାର ତାଙ୍କ ଠାରେ କରୋନା ପୋଜେଟିଭି ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଗତକାଲି ରାତିରେ ସ୍ୱାସ୍ଥ୍ୟ ବିଭାଗ ର ଟିମ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ବାରିପଦା କୋଭିଡ ହସ୍ପିଟାଲ କୁ ନେଇଛନ୍ତି।ଆକ୍ରାନ୍ତ ଫାର୍ମାସିଷ୍ଟ ଜଣକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟରତ ଥିଲେ । ୧୪ ତାରିଖ ରୁ ଦେହ ଖରାପ ହେବାରୁ , ହୋମ କରେଣ୍ଟାଇମ ରେ ଥିଲେ। ତେବେ ଏ ଠାକୁରମୁଣ୍ଡା ଅଞ୍ଚଳରେ ଗୋଷ୍ଟୀ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଲୋକେ ଚିନ୍ତାରେ ପଡିଛିନ୍ତି। ଏଥିସହିତ ଡାକ୍ତର ଖାନାର କର୍ମଚାରୀ ମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବାରୁ ପରିସ୍ଥିତକୁ ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.