ଏପ୍ରିଲ ଗାଇଡ଼ଲାଇନ ଅନୁଯାୟୀ ହେବ ଠାକୁରାଣୀ ଯାତ୍ରା, ଦଣ୍ଡ ନାଚ

ବ୍ରହ୍ମପୁର:ପରମ୍ପରା ଅନୁଯାୟୀ ଗୋଟିଏ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ଦଣ୍ଡ ନାଚ ମଧ୍ୟ ଏପ୍ରିଲରେ ଆସୁଛି। ତେବେ କରୋନା ଯୋଗୁଁ ଉଭୟ ଯାତ୍ରାର ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୋମବାର ଏନେଇ ବିଭିନ୍ନ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ବିକ୍ରମ ପଣ୍ଡା ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗ ଦେଇଥିଲେ।

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଓ ଦଣ୍ଡନାଚର ଉଭୟ ଯାତ୍ରାର ତିଥି ଏପ୍ରିଲରେ ପଡୁଛି। ଏଣୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ଏପ୍ରିଲ ପାଇଁ ଯେଉଁ ଗାଇଡ଼ଲାଇନ ଆସିବ, ସେହି ଅନୁଯାୟୀ ଯାତ୍ରା ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବଳ ରୀତିନୀତିକୁ ଗୁରୁତ୍ୱ ଦିଆଯିବ। ରାତିରେ ଆୟୋଜିତ ହେଉଥିବା ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.