ଗାଁରୁ ଝିଙ୍କ ଉଦ୍ଧାର : ସଂରକ୍ଷିତ ଜଙ୍ଗଲରେ ଛାଡିଲେ ବନବିଭାଗ କର୍ମୀ

ଠାକୁରମୁଣ୍ଡା : ଦିନକୁ ଦିନ ଜଙ୍ଗଲ କ୍ଷୟ  ହେବା ସହିତ ଜୀବଜନ୍ତୁ ଏବେ ଗ୍ରାମ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡ ଅଧିନ ସରାସପୋଷି ଗ୍ରାମରୁ ଏକ ୨ଫୁଟ ଉଚ୍ଚ ୧୦ରୁ୧୨ ବର୍ଷର ଝିଙ୍କ ବନବିଭାଗ ଉଦ୍ଧାର କରିଛି। ମଙ୍ଗଳବାର ଦିନ ୧୦ ଘଟିକା ସମୟରେ ସରାସପୋଷି ଗ୍ରାମର ଅରୁଣ କୁମାର ମହାନ୍ତଙ୍କ ବାଡ଼ିରେ ଝିଙ୍କଟି ବୁଲୁଥିବା ଦେଖି କରଞ୍ଜିଆ ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଖବର ଦେଇଥିଲେ। ଖବର ପାଇ ବନପାଳ ଧୁର୍ବେନ୍ଦ୍ର ନାୟକ, ଉମାକାନ୍ତ ବେହେରା ଏବଂ ତାଙ୍କ ଟିମ ସହିତ ଯାଇ ସରାସପୋଷି ଗ୍ରାମରୁ ଝିଙ୍କଟିକୁ ଉଦ୍ଧାର କରିବା ସହିତ କରଞ୍ଜିଆ ରେଞ୍ଜ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ସହିତ ବନ୍ୟଜନ୍ତୁ ଏବେ ଗ୍ରାମ ମୁହାଁ  ହେଉଥିବାରୁ ବହୁ ସମୟରେ ଲୋକେ ବନ୍ୟଜନ୍ତୁଙ୍କୁ ମାରି ଦେଉଥିବା ମଧ୍ୟ ନଜିର ରହିଛି ତେବେ ଏହାକୁ ଆଜି ବନ ବିଭାଗ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବାରୁ ପରିବେଶବିତମାନେ ସାଧୁବାଦ ଜଣାଇଛନ୍ତି ।

Comments are closed.