ଛେଳି ଚରାଇବାକୁ ଯାଇ ୪ର୍ଥ ଶ୍ରେଣୀର ଛାତ୍ରୀ ମୃତ

ଠାକୁରମୁଣ୍ଡା: ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ନିଖୋଜ ଥିବା ଜଣେ ୯ ବର୍ଷର ୪ର୍ଥ ଶ୍ରେଣୀ ଛାତ୍ରୀର ମୃତଦେହ ଜଙ୍ଗଲ ହୁଡ଼ିରୁ ଶନିବାର ଦିନ ଦେଖିବାକୁ ମିଳିଛି। ଖବର ପାଇ ମହୁଲଡିହା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର ଦିଲଗଞ୍ଜ ଗ୍ରାମର ସର୍ଗତ ସୁନ୍ଦର ଖୁଣ୍ଟିଆଙ୍କ ଚତୁର୍ଥ ଶ୍ରେଣୀରେ ପାଠ ପଢୁ ଥିବା ଝିଅ ଶିଳ୍ପପା ନିଜ ଘରର ଥିବା ଛେଳି ମାନଙ୍କୁ ଚୋରାଇବାକୁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ । ସେହି ଗ୍ରାମର ଜଣେ ଯୁବକ ମଧ୍ୟ ତାର ଛେଳିକୁ ମଧ୍ୟ ତା ସହିତ ସାଙ୍ଗ ହୋଇ ଚରାଇବାକୁ ଯାଇଥିଲେ। ସନ୍ଧ୍ୟା ହେବା ପରେ ମଧ୍ୟ ଛେଳି ଚରାଇବାକୁ ଯାଇଥିବା ଶିଳ୍ପପା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନ ପାଇ ସାଙ୍ଗରେ ଯାଇଥିବା ଗ୍ରାମର ଯୁବକ ଜଣକଙ୍କୁ ଯାଇ ପଚାରିବାରୁ ଜଙ୍ଗଲରେ ସେ ଅନ୍ୟ ଦିଗରେ ଛେଳି ଗୁଡିକୁ ଚରାଇ ଆଣି ଫେରି ଆସିଥିବାରୁ ତା ଫେରିବା ସମ୍ପର୍କରେ ଯାଣି ନ ଥିବାର କହିଥିଲେ।ସକାଳେ ପରିବାର ଲୋକେ ଜଙ୍ଗଲ ଭିତର ହୁଡ଼ି ପଥର ଉପରେ ମୃତ ଦେହ ଦେଖିବାକୁ ପାଇଥିଲେ। ମହୁଲଡିହା ଥାନା ପୁଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ,ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବାଳିକାର ମୃତ୍ୟୁ ଘଟଣା ସନ୍ଦେହ ଉପୁଜିଥିବାରୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ଘଟଣା ସ୍ଥଳକୁ ଯାଇ ରବିବାର ଦିନ ତଦନ୍ତ ହେବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।

Comments are closed.