ନକଲି ସୁନା ବଦଳ କରି ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ

ଠାକୁରମୁଣ୍ଡା : ସୁନା ଲୁଟର ଅଭିନବ ଉପାୟ । ନକଲି ସୁନା ବଦଳ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏପରି ଅଭାବନୀୟ ଘଟଣା ସାମ୍ନା କୁ ଆସୁଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରୁ । ନୂତନ ଭାବେ ଖୋଲି ଥିବା ଓମ ମାଆ ମଙ୍ଗଳା ଜୁଏଲରୀରୁ ଗତ ଶୁକ୍ରବାର ଦିନ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ନକଲି ସୁନା ଚେନକୁ ବଦଳ କରି ପ୍ରତିବଦଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ସୁନା ଗହଣା ସାମଗ୍ରୀ ଦୋକାନରୁ ନେଇ ଚମ୍ପଟ ମାରିଛନ୍ତି। ଏନେଇ ଦୋକାନର ମାଲିକ ରଞ୍ଜନ କୁମାର ସାହୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଠାକୁରମୁଣ୍ଡା ବଜାର ଆନନ୍ଦପୁର ରାସ୍ତାର ‘ମହାନ୍ତି ମାର୍କେଟ କମ୍ପ୍ଲେକ୍ସ’ରେ ୧ ମାସ ପୂର୍ବରୁ ନୂତନ ଭାବେ ଓମ ମାଆ ମଙ୍ଗଳା ଜୁଏଲରୀ ନାମରେ ଏକ ସୁନା ଦୋକାନ ଖୋଲିଥିଲେ। ତେବେ ଗତ ଶୁକ୍ରବାର ଦିନ ଦିନ ପ୍ରାୟ ୩.୩୦ ସମୟରେ ଜଣେ ବୃଦ୍ଧ ଲୋକ ଦୋକାନ କୁ ଆସି ୬୧ ଗ୍ରାମ ୭୦୦ ମିଲିଗ୍ରାମ ଓଜନର ଗୋଟିଏ ସୁନା ଚେନ ଆଣି ଦୋକାନରେ ଏହାକୁ ବଦଳାଇ ବିଭିନ୍ନ ପ୍ରକାରର ଅଳଙ୍କାର ନେବାକୁ ଚାହିଁଥିଲେ । ସମ୍ପୃର୍କ୍ତ ବୃଦ୍ଧ ଜଣକ ବମ୍ବେ ରେ ୧୫ ବର୍ଷ ଧରି ଚାକିରି କରି ଅବସର ପରେ ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଘର କରି ରହୁଥିବାର ପରିଚୟ ଦେଇ ବିଶ୍ୱାସ ଜନ୍ମାଇ ଥିଲେ। ତାଙ୍କର ପୁଅ ଚାକିରି କରିଛି ବର୍ତ୍ତମାନ ତାଙ୍କ ଝିଅ ବାହାଘର କରୁଥିବାରୁ ଏହା ବଦଳ କରି ବିଭିନ୍ନ ଅଳଙ୍କାର ନେବାକୁ ଆସିଥିବା କହିଥିଲେ। ସୁନା ଦୋକାନୀ ସେ ଆଣିଥିବା ସୁନା ଚେନଟି ବମ୍ବେର ଏକ ସୁନା ଦୋକାନର ବିଲ ରସିଦ ସହ ୯୧୬ ହୋଲ ମାର୍କ ଥାଇ ୬୧ ଗ୍ରାମ ଓଜନ ଯାହାର ବର୍ତ୍ତମାନ ମୂଲ୍ୟ ୨ ଲକ୍ଷ ୭୭ ହଜାର ଟଙ୍କାର ଦୋକାନୀ ଆକଳନ କରିଥିଲେ। ଦୋକାନୀ ଏହି ସୁ ର ପାରମ୍ଭିକ ପରୀକ୍ଷା କରି ଠିକ ସୁନା ଥିବାର ଜାଣିବାକୁ ପାଇଥିଲେ। ଏହାପରେ ବୃଦ୍ଧ ବଦଳ କରିଥିବା ଚେନ ମୂଲ୍ୟ ଅନୁଯାୟୀ ତାଙ୍କୁ ୯୬,୯୦୦ ଟଙ୍କା ମୂଲ୍ୟର ଗୋଟିଏ ଚେନ, ୩୭,୪୦୦ ଟଙ୍କା ମୂଲ୍ୟ ର ଗୋଟିଏ କାନ ଫୁଲ ୯୭,୯୫୦ ଟଙ୍କା ମୂଲ୍ୟର ଏକ ଚେନ ସହ ବାକି ନଗଦ ୧୮ ହଜାର ଟଙ୍କା ନେଇ ଦୋକାନରୁ ବୃଦ୍ଧ ପଳାଇ ଯାଇଥିଲେ।ତେବେ ଦୋକାନୀ ତାପର ଦିନ ରଖି ଥିବା ୬୧ ଗ୍ରାମ ଓଜନର ସୁନା ଚେନକୁ ପରୀକ୍ଷା କରିବା ପରେ ଏଥିରେ ମାତ୍ର ୧୦ ଗ୍ରାମ ସୁନା ବାହାରିବା ନେଇ ଆକୋଳନ କରିଛନ୍ତି। ଏନେଇ ଦୋକାନୀ ମାଲିକ ସୋମବାର ଠାକୁରମୁଣ୍ଡା ଥାନାରେ ଜଣାଇ ଦୋକାନ ସି ସି ଟିଭି ଫୁଟେଜ ରୁ ତାଙ୍କ ର ଫୋଟ ଚିତ୍ର ଦେଇଥିବା ଜଣା ଯାଇଛି। ପୁଲିସ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅନୁସନ୍ଧାନ ଜାରି ରଖିଛି।

Comments are closed.