ମେ’ ଶେଷ ସପ୍ତାହରୁ ମିଳିବ ନବମ ଓ ଦଶମ ପାଠ୍ୟ ପୁସ୍ତକ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଜୁନ ମାସ ୧୭ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିବା ବେଳେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ପାଠ୍ୟ ପୁସ୍ତକ ଦେବାକୁ ବ୍ୟବସ୍ତା କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟର ବିଭିନ୍ନ ହାଇସ୍କୁଲଗୁଡିକରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ମେ ମାସ ଶେଷ ସପ୍ତାହ ସୁଦ୍ଧା ପାଠ୍ୟ ପୁସ୍ତକ ମିଳିବ ବୋଲି ଜଣାପଡିଛି। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟଗୁଡିକରେ ଗତ ମାର୍ଚ୍ଚ ୨୪ରୁ ନବମ ଓ ୩୦ରୁ ଦଶମ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ବିକ୍ରୟ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କରୋନା ଲକ ଡାଉନ କାରଣରୁ ବୋର୍ଡର ଶାଖା କେନ୍ଦ୍ରଗୁଡିକୁ ପାଠ୍ୟ ପୁସ୍ତକ ପଠାଇବା ସମ୍ଭବ ହୋଇପାରିନଥିଲା।

ତେବେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶାଖା କାର୍ଯ୍ୟଳୟଗୁଡିକୁ ପାଠ୍ୟ ପୁସ୍ତକ ପରିବହନ ପାଇଁ ପୁଲିସ କମିଶନରଙ୍କ ଠାରୁ ଅନୁମତି ମଗାଯାଇଥିବାରୁ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ବୋର୍ଡ କାର୍ଯ୍ୟାଳୟ ଓ ବହି ଦୋକାନଗୁଡିକରେ ଏହା ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି। ଇତିମଧ୍ୟରେ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନବମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ କେତେକ ପରିବର୍ତ୍ତନ କରାଯାଇଛି। ସାହିତ୍ୟ ସିନ୍ଧୁ, ସ୍କିଲସ ଅଫ କମୁନିକେଟିଭ ଇଂଲିଶ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ ଏବଂ ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ କେତେକ ନୂତନ ବିଷୟ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସିଲାବସ କମିଟି ଦ୍ୱାରା ନିର୍ଦ୍ଦେଶିତ କେତେକ ସଂଶୋଧନ କରାଯାଇଛି। ବୋର୍ଡ ପକ୍ଷରୁ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ବିଷୟଗୁଡିକର ପିଡ଼ିଏଫ କପି ଡାଉନଲୋଡ଼ କରିବା ପାଇଁ ମଧ୍ୟ ଲିଙ୍କ ଦିଆଯାଇଛି। ସେହି ଲିଙ୍କ ଗୁଡିକ ହେଉଛି –
୧. ମାଧ୍ୟମିକ ବୀଜଗଣିତ: http://www.bseodisha.ac.in/images12/Ganita-1.pdf
୨. ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12/Sahitya-Sindhu-1.pdf
୩. ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12/Sahitya-Sindhu-2.pdf
୪. ସାହିତ୍ୟ ସିନ୍ଧୁ: http://www.bseodisha.ac.in/images12/Sahitya-Sindhu-3.pdf
୫. ଇତିହାସ ଓ ରାଜନୀତି ବିଜ୍ଞାନ: http://www.bseodisha.ac.in/images12/HISTORY-CL-X-(2020)_QR%20Code.pdf
୬. ସ୍କିଲସ ଅଫ କମୁନିକେଟିଭ ଇଂଲିଶ: http://www.bseodisha.ac.in/images12/English-1.pdf
୭. ସ୍କିଲସ ଅଫ କମୁନିକେଟିଭ ଇଂଲିଶ: http://www.bseodisha.ac.in/images12/English-2.pdf
୮. ସ୍କିଲସ ଅଫ କମୁନିକେଟିଭ ଇଂଲିଶ: http://www.bseodisha.ac.in/images12/English-3.pdf
୯. ସ୍କିଲସ ଅଫ କମୁନିକେଟିଭ ଇଂଲିଶ: http://www.bseodisha.ac.in/images12/English-4.pdf
୧୦. ସ୍କିଲସ ଅଫ କମୁନିକେଟିଭ ଇଂଲିଶ: http://www.bseodisha.ac.in/images12/English-5.pdf
୧୧. ଜୀବ ବିଜ୍ଞାନ: http://www.bseodisha.ac.in/images12/Jiba-Bigyana.pdf
୧୨. ଭୂଗୋଳ ଓ ଅର୍ଥନୀତି: http://www.bseodisha.ac.in/images12/Bhugola-X(2020)_QR%20Code.pdf

Comments are closed.