ନିୟମିତ ପିଅନ୍ତୁ ହଳଦୀ ଖିର ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଖିର ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସଭିଏଁ ଜାଣନ୍ତି। ଏଥିରେ ବିଭିନ୍ନ ଭିଟାମିନ ଓ ପୋଷକ ତତ୍ୱ ରହିଛି। ଯାହା ଶରୀରକୁ ବହୁ ରୋଗ ଦାଉରୁ ରକ୍ଷା କରିଥାଏ। ଏଥିରେ ଥିବା ପୋଷକ ତତ୍ୱ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ମାତ୍ର କେଳବ ଖିର ନୁହେଁ ଏଥିରେ ହଳଦୀ ମିଶାଇ ପିଇଲେ ଏହା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ସଠିକ ପ୍ରଣାଳୀରେ ପ୍ରସ୍ତୁତ କରିବେ।
ଆବଶ୍ୟକ ସାମଗ୍ରୀ
ଖିର – ୨କପ
ହଳଦୀ – ୧ ଚାମଚ
ଚିନି ସାମାନ୍ୟ
ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ଖିର ଗରମ କରନ୍ତୁ। ଖିର ଗରମ ହେବା ପରେ ଏକ ଚାମଚ ହଳଦୀ ପକାଇ ୧ ମିନିଟ ଗ୍ୟାସରେ ବସାନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରକୁ କାଢି ସାମାନ୍ୟ ଚିନି ଓ ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ ।

Comments are closed.