ବଢ଼ିଲା ଡିଜିଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟଙ୍କର କାର୍ଯ୍ୟକାଳ ରାଜ୍ୟ ସରକାର ୬ ମାସ ବୃଦ୍ଧି କରିଛନ୍ତି। ଆସନ୍ତା ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଅଭୟ ପୁଲିସ ମହାନିର୍ଦେଶକ ଭାବେ କାର୍ଯ୍ୟକରିବେ। ଗୃହ ବିଭାଗ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ମହା ନିର୍ଦେଶକଙ୍କର କାର୍ଯ୍ୟକାଳ ୨ ବର୍ଷ କରିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Comments are closed.