କରୋନା ପଞ୍ଝାରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ଜୋକାଭିକ୍

ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକାଭିଚ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ପତ୍ନୀ ଜେଲେନା ମଧ୍ୟ କରୋନା ପୀଡ଼ିତ ହୋଇଛନ୍ତି । ଏ ସମ୍ପର୍କରେ ନିଜେ ଜୋକୋଭିକ୍ ସୂଚନା ଦେଇଛନ୍ତି ।  ବେଲଗ୍ରେଦରେ ପହଞ୍ଚବା ପରେ ଜୋକୋଭିକ୍ ଓ ତାଙ୍କ ପୁରା ପରିବାରର କରୋନା ପରୀକ୍ଷା କରାଯାଇଥିଳା । ଏଥିରେ ସେ ଓ ତାଙ୍କର ପତ୍ନୀଙ୍କ କରୋନା ପଜିଟିଭ ବାହାରିଥିଲା । ମାତ୍ର ତାଙ୍କର ପିଲାମାନଙ୍କ ନମୁନା ନେଗେଟିଭ୍ ଆସିଛି ।  ଜୋକୋଭିକ୍ ନିକଟରେ ସର୍ବିୟା ଓ କ୍ରୋଏସିଆ ମଧ୍ୟରେ ଆୟୋଜିତ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ, ଯେଉଁଠାରେ କିଛି ଖେଳାଳିଙ୍କ ଭିତରେ କରୋନା ଭାଇରସ ସଂକ୍ରମଣ ଥିବା ଜଣାପଡ଼ିଥିଲା। ଏହା ପରେ ଜୋକୋଭିକ୍ ନିଜର ଟେଷ୍ଟ କରାଇଥିଲେ।

Comments are closed.