ରିଲିଜ୍‍ ହେଲା ହଲିଉଡ଼ ଚଳଚ୍ଚିତ୍ର ‘ଟେନେଟ୍‍’ର ଟ୍ରେଲର: ଦେଖିବାକୁ ମିଳିଲା ଡିମ୍ପଲ କପାଡ଼ିଆଙ୍କ ଝଲକ୍‍

ମୁମ୍ବଇ: ରବର୍ଟ ପେଟିନ୍‍ସନ୍‍ ଓ ଡେଭିଡ଼୍‍ ୱାଶିଂଟନ୍‍ଙ୍କ ଅଭିନୀତ ହଲିଉଡ଼ ଚଳଚ୍ଚିତ୍ର ‘ଟେନେଟ୍‍’ର ଟ୍ରେଲର ଶୁକ୍ରବାର ରିଲିଜ୍‍ ହୋଇଛି। ଟ୍ରେଲରରେ ପେଟିନ୍‍ସନ୍‍ ଓ ଡେଭିଡ଼୍‍ଙ୍କ ସହ ବଲିଉଡ଼ ଅଭିନେତ୍ରୀ ଡିମ୍ପଲ୍‍ କପାଡ଼ିଆଙ୍କୁ ଦେଖିବାକୁ ମିଳିଛି। ଏଥିରେ ଡିମ୍ପଲଙ୍କ ସାମାନ୍ୟ ଝଲକ୍‍ ନଜର ଆସିଛି। ‘ଟେନେଟ୍‍’ ଏକ ନିଆରା କାହାଣୀ ଉପରେ ଆଧାରିତ, ଯେଉଁଥିରେ ମୁଖ୍ୟ କଳାକାରଙ୍କୁ ୩ୟ ବିଶ୍ୱଯୁଦ୍ଧ ଅଟକାଇବା ମିଶନରେ ପଠାଯାଇଛି। କ୍ରିଷ୍ଟୋଫର ନୋଲନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କୁ ଖୁବ୍‍ ପସନ୍ଦ ଆସୁଥିବା ଜଣାପଡ଼ିଛି। ଏଥିରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଡିମ୍ପଲଙ୍କ ଭୂମିକା ବଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। ଟ୍ରେଲରରେ ସେ ଖୁବ୍‍ କମ୍‍ ସମୟ ପାଇଁ ନଜର ଆସିଛନ୍ତି। ଯେଉଁଥିରେ ସେ ଡେଭିଡ଼୍‍ଙ୍କୁ କହୁଛନ୍ତି, ତୁମେ ଦୁନିଆକୁ ନୂଆ ଦୃଷ୍ଟିରେ ଦେଖିବା ଆବଶ୍ୟକ।
ସୂଚନାଯୋଗ୍ୟ, ଚଳଚ୍ଚିତ୍ରର ଶୁଟିଂ ପାଇଁ କ୍ରିଷ୍ଟୋଫର ଓ ଟିମ୍‍ ମୁମ୍ବଇ ଆସିଥିଲେ। ସେହି ସମୟରେ ଡିମ୍ପଲ ଡେଭିଡ଼୍‍ଙ୍କ ସହ ମୁମ୍ବଇରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Comments are closed.