ଆଇସିସିର ସୁପର ଓଭର ନିୟମ ପରିବର୍ତ୍ତନକୁ ସଚିନଙ୍କ ସ୍ବାଗତ

ନୂଆଦିଲ୍ଲୀ : କ୍ରିକେଟରେ ନକଆଉଟ୍ ମ୍ୟାଚ ପାଇଁ ହେଉଥିବା ସୁପର ଓଭରର ନିୟମକୁ ଆଇସିସି ପକ୍ଷରୁ ଅକ୍ଟୋବର ୧୪ରେ ପରିବର୍ତ୍ତନ କରାଯାଇଥିଲା। ଆଇସିସି ସମସ୍ତ ବଡ଼ ଟୂର୍ଣ୍ଣାମେଣ୍ଟ ପାଇଁ ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଆଇସିସିର ଏହି ନିଷ୍ପତ୍ତିକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସ୍ବାଗତ କରିଛନ୍ତି।

ଆଇସିସିର ନୂଆ ନିୟମ ଅନୁସାରେ, ସୁପର ଓଭରରେ ମ୍ୟାଚ ଟାଇ ହେଲେ ଆଉ ବାଉଣ୍ଡରୀ ଗଣନା କରି ନିଷ୍ପତ୍ତି ନିଆଯିବନାହିଁ। ନୂତନ ନିୟମ ମୁତାବକ ଯଦି ସେମି ଫାଇନାଲ କି ଫାଇନାଲ ମୁକାବିଲାରେ ସୁପର ଓଭରରେ ଉଭୟ ଦଳ ସମାନ ସ୍କୋର କରନ୍ତି ତେବେ ପୁଣି ଥରେ ସୁପର ଓଭର ହେବ। ସୁପର ଓଭର ସେ ପର୍ୟ୍ୟନ୍ତ ଚାଲିଥିବ ଯେ ପର୍ୟ୍ୟନ୍ତ କୌଣସି ଗୋଟିଏ ଦଳ ବିଜେତା ନ ହୋଇଛି।

Comments are closed.