ରାଜ୍ୟରେ ଖୋଲିପାରିବ ଧର୍ମାନୁଷ୍ଠାନ, ଅନୁମତି ଦେବେ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ବର: ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିପାରିବ ଧର୍ମାନୁଷ୍ଠାନ। ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି।

 

ମନ୍ଦିର ଖୋଲିବା ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭୁବନେଶ୍ବରରେ କୌଣସି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ। ମନ୍ଦିର ଖୋଲିବା ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆଲୋଚନା କରାଯିବ। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ମଧ୍ୟ ଆମେ ନେବୁ। ବିଏମ୍‌ସିରେ ଦୈନିକ ସଂକ୍ରମଣ କମିଛି, ପାଖାପାଖି ୧୦୦ ରହୁଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ସମସ୍ତଙ୍କ ମତାମତକୁ ଆଧାର କରି ଭୁବନେଶ୍ବରରେ ମନ୍ଦିର ଖୋଲାଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ। ଭୁବନେଶ୍ବରରେ କେବେଠୁ ମନ୍ଦିର ଖୋଲିବ ସେଥିନେଇ ଆଲୋଚନା ପରେ ସୂଚନା ଦିଆଯିବ ବୋଲି ବିଏମ୍‌ସି କମିଶନର ପ୍ରକାଶ କରିଛନ୍ତି।

Comments are closed.