ମନ୍ଦିର ଖୋଲିବା ସମ୍ଭାବନାକୁ ନେଇ ବିଚାରବିମର୍ଷ ଚାଲିଛି : ଆଇନ ମନ୍ତ୍ରୀ

କରୋନା ସଂକ୍ରମଣ ଆରମ୍ଭରୁ ରାଜ୍ୟରେ ବନ୍ଦ ରହିଛି ମନ୍ଦିର ।  ଅନ୍ୟ କିଛି ରାଜ୍ୟରେ କିଛି ମନ୍ଦିର ଖୋଲିବା ପରେ ଓଡ଼ିଶାରେ ବି ମନ୍ଦିର ଖୋଲିବା ପାଇଁ ବିଚାରବିମର୍ଷ ଚାଲିଛି । ମାତ୍ର ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅନ୍ୟ ରାଜ୍ୟ ସହ ଓଡ଼ିଶାକୁ ତୁଳନା ନ କରିବାକୁ ଉଲ୍ଲେଖ କରି ଶୀତରେ କରୋନା ସଂକ୍ରମଣ ବଢ଼ିପାରେ,ତେଣୁ ସବୁ ଦୃଷ୍ଟିରୁ ବିଚାର କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି ।  କୋଭିଡ ପରିସ୍ଥିତି ନିୟନ୍ତ୍ରଣରେ ଅନ୍ୟ ରାଜ୍ୟର ସ୍ଥିତି କଣ ଓ ଓଡ଼ିଶାର ସ୍ଥିତି କଣ, ତାହା ସମସ୍ତେ ଜାଣନ୍ତି । ତେଣୁ ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆମେ ସଜାଗ ରହିଛୁ । ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ କରୁଛୁ । ଏବେ ଶୀତ ଅଧିକ ହେବ, ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେଉଛୁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.