ଆହୁରି ତାତିବ ଉପକୂଳ ଓଡ଼ିଶା

ଭୁବନେଶ୍ଵର: ଏପ୍ରିଲ ମାସ ଆରମ୍ଭ ହୋଇଥିବାବେଳେ ଧୀରେ ଧୀରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗକୁ ଏହା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିବ। ଏହା ସହିତ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଧୂଳି ଝଡ଼ ହେବାର ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.