ମାର୍ଦ୍ଦାରେ କାଳବୈଶାଖୀର ତାଣ୍ଡବ

ତେଲକୋଇ : ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଅଞ୍ଚଳ ରେ ମଙ୍ଗଳବାର ଭୋର ସମୟରେ କାଳବୈଶାଖୀ ଉଗ୍ର ରୂପ ପ୍ରଦର୍ଶନ କରିଛି। ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଏହି ଅଞ୍ଚଳରେ ବିଭିନ୍ନ କ୍ଷୟକ୍ଷତି ଘଟିଛି। ତେବେ ରାଇସୁଆଁ ପଞ୍ଚାୟତର ମାର୍ଦ୍ଦା ଗ୍ରାମରେ ବହୁ ଲୋକଙ୍କ ଚାଳ ଛପର ଓ ଆଜବେଷ୍ଟ ଘର ଏବଂ ଗୁହାଳ ଘରର ଛପର ଉଡି ଯାଇଥିବା ବେଳେ କଦଳୀ ଏବଂ ବିଭିନ୍ନ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କାଳବୈଶାଖୀର ତାଣ୍ଡବଲୀଳାରେ ମାର୍ଦ୍ଦା ଗ୍ରାମର ନିରଞ୍ଜନ ଦାସ, କାହ୍ନୁ ଚରଣ ସାହୁ, ଖଗେଶ୍ବର ପ୍ରଧାନ, ଦୀନବନ୍ଧୁ ବେହେରା, ତ୍ରିଲୋଚନ ସାହୁ, କୁମର ବାରିକ, ନରୋତ୍ତମ ବାରିକ, କୈଳାଶ ବାରିକ, ଜଦୁ ନାୟକ, ଗଙ୍ଗା ନାୟକ, ଖୁଜାର ନାୟକ, ପବିତ୍ର ସାହୁ, ଫୁଲମଣି ସାହୁ ଏବଂ ପବିତ୍ର ଦାସ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.