ତେଲକୋଇରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟିତ

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ପରିସରରେ ବୁଧବାର ବହୁ ପ୍ରତୀକ୍ଷିତ ନବନିର୍ମିତ ପ୍ରଥମ ଶ୍ରେଣୀ ଵିଚାର ବିଭାଗୀୟ ଅଦାଲତ(ଜେଏମଏଫସି) ଉଦଘାଟନ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଡ଼ଃ ଏସ. ମୁରଲୀଧର ଓ ତାଙ୍କ ସହିତ ହାଇକୋର୍ଟର ଜଜ୍ ଏସ ପୂଜାହାରୀ ଭର୍ଚୁଆଲ ମୋଡ଼ ମାଧ୍ୟମରେ ଉକ୍ତ କୋର୍ଟକୁ ଉଦଘାଟନ କରିଛନ୍ତି। ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦଘାଟନ ଫଳକ ଉନ୍ମୋଚନ କରିବା ସହିତ ଉପସ୍ଥିତ ବିଚାରପତି, ଆଇନଜୀବୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆଇନଜୀବୀ ଓ ବିଚାରାଳୟ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ନ୍ୟାୟ ବ୍ୟବସ୍ଥା ତ୍ୱରିତ ହୋଇପାରିବ ଫଳରେ ଲୋକମାନେ ଶୀଘ୍ର ନ୍ୟାୟ ପାଇପାରିବେ।

ଏହି ଉଦଘାଟନ ସମୟରେ ଜିଲ୍ଲା ଜଜଙ୍କ ଅନୁପସ୍ଥିତିରେ ଭିଜିଲାନ୍ସ ଜଜ୍ ଦୀପାଲି ରଞ୍ଜନ କାନୁନଗୋ, ରେଜିଷ୍ଟାର ମମତା ମହାନ୍ତି, ତେଲକୋଇ ଜେଏମଏଫସି କୋର୍ଟର ଜଜ୍ ସଂଘମିତ୍ରା ଦ୍ବିବେଦୀ, କୋର୍ଟ ମେନେଜର ମାନସ ରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ା, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଥାନା ଅଧିକାରୀ ଅମିତାଭ ଦାସ, ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀ, ସଂପାଦକ ଆଲୋକ ମହାନ୍ତ, ତେଲକୋଇର ଆଇନଜୀବୀ ଜମ୍ବେଶ୍ୱର ପ୍ରଧାନ, ଦିବ୍ୟସୁନ୍ଦର ପ୍ରଧାନ,ନାରାୟଣ ପ୍ରଧାନ, ଅନିଲ ପ୍ରଧାନ ସମେତ କେନ୍ଦୁଝର ଜିଲ୍ଲା ବାର ଆସୋସିଏସନର ବହୁ ଓକିଲ ସାମିଲ ହୋଇଥିଲେ।

Comments are closed.