ବିଜେଡିର ମିଶ୍ରଣ ପର୍ବ, ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ତେଲକୋଇ: ତେଲକୋଇ ବ୍ଲକ ଆକୁଳ ପଞ୍ଚାୟତର ମିନି ଷ୍ଟାଡିୟମ ଠାରେ ଶନିବାର ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର, ଖଦି ବୋର୍ଡ ସଦସ୍ୟା ତଥା ବାଲେଶ୍ବର ଜୋନର କାର୍ଯ୍ୟକାରିଣୀ ସଦସ୍ୟା ମୀନା ମାଝୀ, ବିଜେଡି ମହିଳା ଜିଲ୍ଲା ସଭାପତି ରମଣି ନାଏକ, କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣିମା ଦେହୁରୀ, ଜିଲ୍ଲା ପରିଷଦ ସଦସ୍ୟ ବିନୟ କୁମାର ସାହୁ, ଜିଲ୍ଲା ଯୁବ ଉପସଭାପତି ସୁବାସ ଚନ୍ଦ୍ର ବିଶ୍ବାଳ, ବ୍ଲକ ବିଜେଡିର ସଭାପତି ସନ୍ତୋଷ କୁମାର ବିଶ୍ବାଳ, ବ୍ଲକ ବିଜେଡିର ମହିଳା ସଭାପତି ପୁଷ୍ପାଞ୍ଜଳୀ ଆପଟ ସଭାମଞ୍ଚରେ ଉପସ୍ଥିତ ରହିଥିଲେ।

ଏହି ମିଶ୍ରଣ ପର୍ବରେ ୧୦ଟି ପଞ୍ଚାୟତର ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେପିର କର୍ମୀ ବିଜୁ ଜନତାଦଳରେ ଯୋଗ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ନୂତନ କର୍ମୀମାନେ ପ୍ରକାଶ କରିଛନ୍ତି। ଏହିି ମିଶ୍ରଣ ପର୍ବ ତେଲକୋଇ ବ୍ଳକରେ ବିରୋଧୀ ଦଳମାନଙ୍କ ସାଂଗଠନିକ ଦୁର୍ବଳତାକୁ ପଦାରେ ପକାଇଥିବା ନେଇ ସାଧାରଣରେ ଚର୍ଚା ଜୋର ଧରିଛି।

Comments are closed.