ନାଳରେ ଭାସି ଯାଇ ଯୁବକ ମୃତ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡ଼ା ପଞ୍ଚାୟତର କାଳୀମା ଗ୍ରାମର ଜଣେ ଯୁବକଙ୍କ ନାଳରେ ଭାସି ଯାଇ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ମନୋରଞ୍ଜନ କିଷାନ(୩୫)। ସୂଚନାନୁଯାୟୀ ମନୋରଞ୍ଜନ ଘରୁ ସକାଳ ୯ଟା ସମୟରେ ମଇଁଷି ଚାରାଇବାକୁ ଗ୍ରାମ ନିକଟସ୍ଥ ଘୁରୁଡ଼ିଆ ନାଳ ପାର ହୋଇ ଯାଉଥିଲେ।ହେଲେ ଉକ୍ତ ନାଳରେ ଗୋଡ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ମନୋରଞ୍ଜନ ଭାସି ଯାଇଥିଲେ। ଖବର ପାଇ ଘରକୁ କୁଣିଆଁ ଆସିଥିବା ଭାଣିଜିଜ୍ୱାଇଁ ଅନନ୍ତ ପ୍ରଧାନ ଖୋଜାଖୋଜି କରିବା ପରେ ନାଳର ସୁଅ ଭିତରେ ଫସି ରହିଥିବା ମନୋରଞ୍ଜନକୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ଜବତ କରି ୨୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ କରିଛନ୍ତି।

Comments are closed.