ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ଦଳ ଛାଡ଼ିଥିବା ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଇ-ମେଲ୍‌ ଯୋଗେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଦୀର୍ଘଦିନ ଧରି ସେ ଦଳ ଉପରେ ଅସନ୍ତୋଷ ଥିବା ନେଇ ଚର୍ଚ୍ଚା ହେଉଥିଲା। ଅପରପକ୍ଷେ, ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Comments are closed.