ତେଇସିପୁର ସେବା ସମବାୟ ସମିତିରେ ମୁଗ, ବିରି ମଣ୍ଡି ଖୋଲିଲା

ପିପିଲିି: ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ସେବା ସମବାୟ ସମିତିଠାରେ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ସୋମବାର ଦିନ ଚଳିତ ରବି ଋତୁ ନିମନ୍ତେ ସରକାରୀ ଶସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲାର ମାର୍କଫେଡ୍‍ ଆଞ୍ଚଳିକ ପରିଚାଳକ ଦୁର୍ଗାଚରଣ ଛୋଟରାୟ, ପିପିଲି ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ, ତେଇସିପୁର ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ତେଇସିପୁର ଗ୍ରାମ୍ୟ କୃଷି କର୍ମଚାରୀ ସମୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୁଗ କ୍ୱିଣ୍ଟାଲ ପିଛା ୭୧୯୬ ଟଙ୍କା, ବିରି କ୍ୱିଣ୍ଟାଲ ୬ହଜାର ଓ ଚିନାବାଦାମ କ୍ୱିଣ୍ଟାଲ ପିଛା ୫୨୭୫ଟଙ୍କା ସରକାରୀ ଦର ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନରେ ୩ଜଣ ଚାଷୀ ଏଠାରେ ସେମାନଙ୍କର ୧୦ କ୍ୱିଣ୍ଟାଲ ବିରି ବିକ୍ରିି କରିଥିବା ସୂଚନା ମିଳିଛି। ସପ୍ତାହର ପ୍ରତି ସୋମବାର ଓ ଶୁକ୍ରବାର ଦିନ ଚାଷୀମାନେ ଏହି ମଣ୍ଡିରେ ମୁଗ, ବିରି ଓ ଚିନାବାଦାମ ବିକ୍ରି କରିପାରିବେ ବୋଲି ସଂପାଦକ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

Comments are closed.